ବିନିକାକୁ ହରାଇ ସୋନପୁର ବିଜୟୀ

ସୋନପୁର(ଓମପ୍ରକାଶ ମିଶ୍ର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୁକିଆ ଠାରେ ଚାଲିଥିବା ଡିୟୁଜ ବଲ ରଘୁନାଥ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଅନୁଷ୍ଠିତ ଫାଇନାଲ ମ୍ୟାଚରେ ବିନିକା ସ୍ପୋର୍ଟସ କ୍ଳବ କୁ ହରାଇ ସୋନପୁର ଭଗବତୀ କ୍ଲବ ବିଜୟୀ ହୋଇଛି । ସୋନପୁର ପ୍ରଥମେ ବ୍ୟାଟିଂ କରି ୨୦ଓଭର ରେ ୯ ୱିକେଟ ହରାଇ ୧୮୦ରନ କରିଥିବା ବେଳେ ବିନିକା ୧୭୪ ରନ କରିଥିଲା ।
ଉଦଯାପନୀ ଉତ୍ସବରେ ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ବିଜେପି ନେତା ବଳରାମ ସୁନା ମୁଖ୍ୟ ଅତିଥ୍ ଭାବେ ଯୋଗଦେଇ ବିଜୟୀ ଓ ପରାଜିତ ଦଲ ଏବଂ ଭଲ ଖେଳ ପ୍ରଦର୍ଶନ କରିଥିବା ଖେଳାଳି ମାନଙ୍କୁ ପୁରସ୍କାର ଦେଇଥିଲେ।