(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ପ୍ରବାସୀ ଓଡିଆ କେରଳ ଓ ଗୁଜୁରାଟ ରାଜ୍ୟରୁ ଆସିବା ପାଇଁ ଟ୍ରେନ ବ୍ୟବସ୍ଥା କରାଯାଇଛି । ହେଲେ ରାଜ୍ୟ ସରକାରଙ୍କ କ୍ଲିୟରାନ୍ସ ବିନା ଅନ୍ୟ ରାଜ୍ୟରୁ କୌଣସି ଟ୍ରେନ୍ ଆସିପାରିବ ନାହିଁ । ଗ୍ରାମାଞ୍ଚଳ ପ୍ରସୂତି, ଶିଶୁ, ଦିବ୍ୟାଙ୍ଗଙ୍କୁ ହୋମ୍ କ୍ୱାରାଣ୍ଟାଇନ ଅନୁମତି ମିଳିପାରିବ। ହୋମ୍ କ୍ୱାରାଣ୍ଟାଇନରେ ଘର ସାମ୍ନାରେ ଷ୍ଟିକର ଲଗାଯିବ। ଏ ନେଇ ଶୁକ୍ରବାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି । ରାଜ୍ୟର କିଛି ନିର୍ଦ୍ଦିଷ୍ଟ ଷ୍ଟେଶନରେ ଆଗନ୍ତୁକଙ୍କୁ ଗ୍ରହଣ କରାଯିବ। ସରକାରୀ ଖର୍ଚ୍ଚରେ ସେମାନଙ୍କୁ ନିଜ ଗାଁ କ୍ୱାରାଣ୍ଟାଇନରେ ପହାଞ୍ଚାଯିବ। ସହରାଞ୍ଚଳରେ କ୍ୱାରାଣ୍ଟାଇନ ଅଧିକାରୀ ହୋମ୍ କ୍ୱାରାଣ୍ଟାଇନ କରିପାରିବେ। ଯଦି ସ୍ବାସ୍ଥ୍ୟାବସ୍ଥା ଭଲ ଥିବ, ସେମାନେ ହୋମ୍ କ୍ୱାରାଣ୍ଟାଇନରେ ରହିପାରିବେ। ସହରାଞ୍ଚଳ ପେଡ୍ କ୍ୱାରାଣ୍ଟାଇନରେ ମଧ୍ୟ ଲୋକେ ରହିପାରିବେ। ଏ ନେଇ କିଛି ନିର୍ଦ୍ଦିଷ୍ଟ ଲଜ୍, ହୋଟେଲରେ ପେଡ୍ କ୍ୱାରାଣ୍ଟାଇନ ବ୍ୟବସ୍ଥା ହୋଇଛି। ଗ୍ରାମାଞ୍ଚଳ ଆଗନ୍ତୁକଙ୍କୁ ସରକାରୀ କ୍ୱାରାଣ୍ଟାଇନରେ ରଖାଯିବ । ଆଗନ୍ତୁକଙ୍କୁ କ୍ୱାରାଣ୍ଟାଇନ କଡ଼ାକଡ଼ି ପାଳନ କରିବାକୁ ସେ ଅନୁରୋଧ କରିଛନ୍ତି ।