ବିନା କନ୍ୟାରେ ରୀତିନୀତିରେ ବିବାହ ସଂମ୍ପନ୍ନ

 (ପ୍ରିୟଦର୍ଶନୀ ସ୍ୱାଇଁ): ବିନା କନ୍ୟାରେ ବିବାହ ସମ୍ପନ୍ନ । ଏପରି ଏକ ଆଶ୍ଚଯ୍ୟକର ଘଟଣା ଦେଖିବାକୁ ଗୁଜୁରାଟର ହିମତନଗରରେ । ବନ୍ଧୁବାନ୍ଧବ,ବାଣ ,ରୋସଣୀ ସାଙ୍ଗକୁ ଗୁଜୁରାଟୀ ରୀତିନୀତି ଅନୁଶାରେ ବିବାହ ସଂମ୍ପନ୍ନ ହୋଇଛି । ଧୁମ୍ଧାମରେ ବିବାହ କରିବାର ଇଚ୍ଛା ରଖିଥିବା ୨୭ ବର୍ଷିଅ ଏହି ହିମତନଗରର ଯୁବକଙ୍କ ମନସ୍କାମନା ପୂରା ହେବା ସହ ଏହା ଚାରିଆଡ଼େ ବେଶ୍ ଚର୍ଚ୍ଚା ପାଲଟିଛି। ବିନା କନ୍ୟାରେ ପୂରା ଗୁଜୁରାଟୀ ରୀତିନୀତିରେ ବିବାହ ସଂପନ୍ନ ହୋଇଛି। ଅଜୟ ଘୋଡ଼ା ଚଢ଼ିଥିବାର ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ତାଙ୍କ ବିବାହରେ ପ୍ରାୟ ୨୦୦ ଲୋକ ଯୋଗ ଦେଇଥିବା ଦେଖିବାକୁ ମିଳିଛି।
ଅଜୟଙ୍କ ଏପରି ବିବାହ ସଂପର୍କରେ ତାଙ୍କ ବାପା କହିନ୍ତି କି ପିଲାଟି ଦିନରୁ ସେ ନିଜ ମାଆଙ୍କୁ ହରାଇ ବସିଛନ୍ତି। ସେ ଜଣେ ମାନସିକ ରୋଗୀ ହୋଇଥିବାରୁ ତାଙ୍କ ପାଇଁ କନ୍ୟା ମିଳିବା ଅସମ୍ଭବ। ସେ ବିବାହ କରିବାକୁ ଖୁବ୍ ଇଚ୍ଛୁକ ଥିବାରୁ ଆମେ ତା’ର ଇଚ୍ଛାକୁ ସମ୍ମାନ ଦେଇ ଏପରି କରିଛୁ।