(ଅଜିତ କୁମାର ସାହୁ / ଜଳେଶ୍ୱର) : କଟକ ପାରାଦୀପ ମୁଖ୍ୟ ରାସ୍ତା ବୋଦର ଛକ ନିକଟରେ ଦୁର୍ଘଟଣା।ଓଡି୦୨ ବିଜି ୭୬୧୭ କ୍ରେଟା ଗାଡି ଟି କୁ ଟ୍ରକ ପିଟି ଥିବା ସୂଚନା ମିଳିଛି। ଗାଡ଼ି ଟିକୁ ଟ୍ରକ ପଛରେ ବହୁ ଜୋର୍ ରେ ପିଟିବା ଫଳରେ ଆଗ ଇଞ୍ଜିନ ଭାଙ୍ଗି ରୁଜି ଚୁରମାର ହୋଇ ଯାଇଛି। ଗାଡ଼ିର ସାମ୍ନା ରେ ବିଧାୟକଙ୍କ ପାସ ଲୋଗୋ ଲାଗିଛି। ତେବେ ଗାଡ଼ିଟି ରାତିରୁ ଦୁର୍ଘଟଣା ହୋଇଥିଲେ ସୁଦ୍ଧା ଏ ପର୍ୟ୍ୟନ୍ତ ମୁଖ୍ୟ ରାସ୍ତା ରୁ ହଟାଯାଇନାହିଁ । ଏହା କେଉଁ ବିଧାୟକ କିମ୍ବା କାହା ଗାଡ଼ି କିଛି ଜଣା ପଡିନାହିଁ। ଘଟଣା ସ୍ଥଳରେ କୌଣସି ପୋଲିସ ଅଧିକାରୀ ଉପସ୍ଥିତ ନାହାନ୍ତି।ତେବେ ଏ ନେଇ ଘଟଣା ସ୍ଥଳରେ ଦୁଇ ଜଣ ଷ୍ଟାଫଙ୍କୁ ପଠା ଯାଇଛି ଜେସିବି ଲଗାଇ ଗାଡି କୂ ଉଠାଯିବା କୁ ବ୍ୟବସ୍ଥା ହେଉଛି। ସେ କାହା ଗାଡ଼ି ତାହା ଜଣା ପଡ଼ିନାହିଁ। ଖବର ପାଇ ଉପରିସ୍ଥ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।