ମାଲକାନଗିରି(ସୂର୍ଯ୍ୟକାନ୍ତ ବେହେରା)-ପୋଲ ନିର୍ମାଣ ହେଉଥିବା ସ୍ଥାନରେ ସଠିକ ଡାଇଭର୍ସନ ହୋଇ ନଥିବାରୁ ଦେଖାଦେଇଛି ସମସ୍ୟା । ମାଲକାନଗିରି ନିର୍ବାଚନ ମଣ୍ଡଳୀରର ବିଧାୟକ ଆଦିତ୍ୟ ମାଡିଙ୍କ ଗାଁକୁ ସଂଯୋଗ ଜରୁଥିବା ବାପନପଲ୍ଲୀ- ରୋଡପଲ୍ଲୀ ମୁଖ୍ୟ ରାସ୍ତାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।ଦୁଇ ଦିନ ପୂର୍ବେ ଏହି ରାସ୍ତାରେ ପୋଲ ନିର୍ମାଣ ପାଇଁ ସମ୍ପୃକ୍ତ ଠିକାଦାର ରାସ୍ତା ଖୋଳି ଦେଇଥିଲେ ମଧ୍ୟ ଉପଯୁକ୍ତ ଡାଇଭର୍ସନ ବ୍ୟବସ୍ଥା କରି ନଥିଲେ ।ବିଧାୟକ ଗାଁକୁ ଆସିଲେ ଆଖପାଖ ଅଞ୍ଚଳର ଲୋକେ ନିଜ ନିଜ ସମସ୍ୟା ଜଣାଇବାକୁ ନିକଟରେ ପହଞ୍ଚିଯାଆନ୍ତି । ଏବେ ବିଧାୟକଙ୍କ ଗାଁକୁ ଯାଇଥିବା ରାସ୍ତାରେ ଚାଲିଥିବା ନିର୍ମାଣକାର୍ୟ୍ୟ ଯୋଗୁ ଲୋକମାନେ ଅସିବିଧାର ସମ୍ମୁଖୀନ ହେଉଛନ୍ତି । ପୋଲ ନିର୍ମାଣ ହେଉଥିବା ସ୍ଥାନରେ ସଠିକ ଡାଇଭର୍ସନ୍ ବ୍ୟବସ୍ଥା ହୋଇ ନଥିବାରୁ ସମସ୍ୟା ଦେଖାଦେଇଛି ।
ଫଳରେ ବାପନପଲ୍ଲୀ ପଞ୍ଚାୟତର ସିଲାକୋଟା, ରୋଡନପଲ୍ଲୀ, ମେଟାଗୁଡା ସମେତ ଆଖପାଖ ଅଞ୍ଚଳର ୭ଟି ଗାଁର ଲୋକ ବାପନପଲ୍ଲୀ ପଞ୍ଚାୟତ ବିଚ୍ଛିନ୍ନ ହୋଇଛନ୍ତି । ଆଉ ଏହାର ଅପର ପାର୍ଶ୍ୱରେ ଥିବା ବାପନପଲ୍ଲୀ ପଞ୍ଚାୟତ ସଦର ମହକୁମା ସମେତ ଆଖପାଖ ଅଞ୍ଚଳର ଗ୍ରାମବାସୀ ଏହି ଅଞ୍ଚଳକୁ ଯାତାୟତ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୋଲ ନିର୍ମାଣ ପାଇଁ ଖୋଲାଯାଇଥିବା ରାସ୍ତାର ଗୋଟିଏ ପାର୍ଶ୍ୱରେ ଅଣଓସାରିଆ ଭାବେ ଚିକିଟା ମାଟି ପକା ଯାଇଥିବାରୁ ବାଇକ୍ ଯିବା ତ ଦୂରର କଥା ଖାଲି ପାଦରେ ଗଲେ ମଧ୍ୟ କାଦୁଅ ସରବର ହେବାକୁ ପଡ଼ୁଛି ।ଏହି ରାସ୍ତା ଦେଇ ବିଧାୟକଙ୍କୁ ଭେଟି ସ୍ଥାନୀୟ ଅଞ୍ଚଳର ସମସ୍ୟା ଜଣାଇବାକୁ ଯାଉଥିବା ଅଶୋକ ମଲ୍ଲ, ପୁନେମ ମୁତ, ଜଗା କାମରାମ, ରାମା ମାଢି, ଶରତ ବେଟୀ ପ୍ରମୁଖ ଏଭଳି ଅସୁବିଧା ସମ୍ପର୍କରେ ବିଧାୟକ ଙ୍କୁ ଜଣାଇବା ସହ କ୍ଷୋଭ ପ୍ରକାଶ କରିଥିଲେ । ରାସ୍ତା ନିର୍ମାଣ ସମୟରେ ପୋଲ ନିର୍ମାଣ ପାଇଁ ଅସ୍ଥାୟୀ ଭାବେ ଉପଯୁକ୍ତ ଭିତ୍ତିଭୂମି ପରିବେଷ୍ଟନୀରେ ଡାଇଭର୍ସନ ରାସ୍ତା ନିର୍ମାଣ କରାଯିବାକୁ ନିୟମ ଥିବାବେଳେ ଏହାକୁ ବେଖାତିର କରି ନାମକୁ ମାତ୍ର ଚିକିଟା ମାଟିର ଏକ ରାସ୍ତା ନିର୍ମାଣ କରାଯାଇ ପ୍ରହସନ କରାଯାଉଥିବା ଅଭିଯୋଗ ହୋଇଛି । ଏନେଇ ସ୍ଥାନୀୟ ବିଧାୟକ ଜାଣିବା ପରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ । ଅନ୍ୟପଟେ ବିଧାୟକଙ୍କ ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ଏଭଳି ଚିତ୍ର ଦେଖିବାକୁ ମିଳୁଥିବାବେଳେ ଅନ୍ୟାନ୍ୟ ଗାଁର କଥା କିଏ କହିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେଣୁ ତୁରନ୍ତ ଏହି ରାସ୍ତାରେ ଉପଯୁକ୍ତ ଡାଇଭର୍ସନ ବ୍ୟବସ୍ଥା କରିବାକୁ ସାଧରଣରେ ଦାବି ହୋଇଛି ।