(ଯାଜପୁର) ; ଶ୍ୱଶୁର ଘରୁ ଫେରିଥିଲେ କିନ୍ତୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କଲା ପୁଲିସ । ଯାଜପୁର ଜିଲ୍ଲା ବଡ଼ଚଣା ଥାନା ବନ୍ଦାଳ ପଞ୍ଚାୟତର ରାଣୀ ପୋଖରୀ ବିଲ ଭିତରେ ଥିବା ଏକ ବିଦ୍ୟୁତ ଟାୱାରରୁ । ତେବେ ମୃତକ ଜଣକ ହେଲେ ସ୍ଥାନୀୟ ବନ୍ଦାଳ ଗ୍ରାମର ଧୀରେନ୍ଦ୍ର ନାୟକଙ୍କ ପୁଅ ଅନୀଲ ନାୟକ (୪୦) ବୋଲି ଜଣାପଡିଛି । ସୂଚନା ଅନୁଯାୟୀ କିଛି ଦିନ ପୂର୍ବରୁ ଅନିଲ ନିଜ ସ୍ତ୍ରୀ ଓ ପିଲାଛୁଆଙ୍କୁ ଧରି ଶ୍ୱଶୁର ଘରକୁ ଯାଇଥିଲେ । ଗତକାଲି ସେ ଘରକୁ ଫେରି ଆସିଥିବା ବେଳେ ଆଜି ସକାଳୁ ତାଙ୍କ ମୃତ ଦେହ ବିଦ୍ୟୁତ ଟାୱାରରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ଖବର ପାଇ ବଡ଼ଚଣା ପୋଲିସ ଘଟଣା ସ୍ଥଳରେ ପହଁଚି ମୃତଦେହକୁ ଜବତ କରିବା ସହ ବ୍ୟବଛେଦ ଲାଗି ପଠାଇ ତଦନ୍ତ ଚଳାଇଛି । ତେବେ ଧୀରେନ୍ଦ୍ର ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟାକରି ଏଠାରେ ଟାଙ୍ଗି ଦେଇଛି ତାହା ଏଯାଏ ଜଣା ପଡିନାହିଁ । ତେବେ ଶବ ବ୍ୟବଛେଦ ରିପୋର୍ଟ ଆସିଲେ ସବୁକିଛି ସ୍ପଷ୍ଟ ହେବ ବୋଲ ପୋଲିସ କହିଛି ।