(ଓମ ପ୍ରକାଶ ମିଶ୍ର / ସୋନପୁର) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜାପୁର ଡିଭିଜନର ରଥପୁର ଗ୍ରାମ ନିକଟସ୍ଥ ଏକ ବିଦ୍ୟୁତ ଖୁଣ୍ଟ ରେ ଚଢି ମରାମତି କରୁଥିବା ସମୟରେ ବିଦ୍ୟୁତ ଆଘାତରେ ତଲେ ପଡି ଠିକା କର୍ମଚାରୀ ଶିବାଶିଷ ହୋତା (୨୪) ଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାକୁ ନେଇ ଅଞ୍ଚଳରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ପ୍ରକାଶ ପାଇଥିବା ବେଲେ ମୃତ ପରିବାର କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ଜନସାଧାରଣ ବୀରମହାରାଜପୁର ମୁଖ୍ୟ ଛକ ନିକଟରେ ମୃତ ଦେହ ରଖି ରାସ୍ତା ଅବରୋଧ କରିଥିଲେ । ଚମ୍ପାମାଲ ଗ୍ରାମର ପ୍ରଦୀପ ହୋତାଙ୍କ ଏକମାତ୍ର ପୁତ୍ର ଶିବାଶିଷ ବୀରମହାରାଜପୁର ବିଦ୍ୟୁତ ବିଭାଗ ରେ ଠିକାରେ ହେଲପର ଭାବେ କାର୍ୟ୍ୟରତ ଥିଲେ । ଅଭିଯୋଗ ଅନୁଯାୟୀ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇ ନଥିବାରୁ ସେ ବିଦ୍ୟୁତ ଆଘାତରେ ତଲେ ପଡିଯାଇଥିଲେ । ତାଙ୍କୁ ଗୁରୁତର ଭାବେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ କରାଯାଇଥିଲା । ବିଦ୍ୟୁତ ବିଭାଗ ର ଅବହେଳା ଯୋଗୁଁ ଶିବାଶିଷ ଜୀବନ ଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏଥିରେ ପରିବାର ଜଣକୁ ଚାକିରୀ, ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବିରେ ପରିବାର ଲୋକେ ଓ ଜନସାଧାରଣ ସୋନପୁର -ରେଢ଼ାଖୋଲ ମୁଖ୍ୟ ରାସ୍ତା ବୀରମହାରାଜପୁର ଛକ ନିକଟରେ ମୃତ ଦେହ ରଖି ରାତି ପର୍ୟ୍ୟନ୍ତ ରାସ୍ତା ଅବରୋଧ କରିଥିଲେ । ରାତି ୯ ଟା ସମୟରେବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ସତ୍ୟରଞ୍ଜନ ସାହୁ, ସହକାରୀ ଯନ୍ତ୍ରୀ ସଞ୍ଜିବ ରାଓ, ଜିଲ୍ଲା ବିଦ୍ୟୁତ ଯୋଗାଣ ଦାୟିତ୍ବ ରେ ଥିବା ହିନ୍ଦୁସ୍ଥାନ କମ୍ପାନୀର ଦୀପ୍ତି ରଞ୍ଜନ ପଟ୍ଟନାୟକ, ଉପଖଣ୍ଡ
ବିଦ୍ୟୁତ ଯୋଗାଣ ଦାୟିତ୍ବ ରେ ଥିବା ହିନ୍ଦୁସ୍ଥାନ କମ୍ପାନୀର ଦୀପ୍ତି ରଞ୍ଜନ ପଟ୍ଟନାୟକ, ଉପଖଣ୍ଡ ତହସିଲଦାର ସ୍ବାଗତ ପଣ୍ଡା ପୋଲିସ୍ଅଧୀକାରୀ ଡୋଳାମୋଣି ଭୋଇ, ଅତିରିକ୍ତପ୍ରମୁଖ ଅଧୂକାରୀ ମାନେଘଟଣାସ୍ଥଳରେପହଞ୍ଚିନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ । ଏନେଇ କମ୍ପାନୀପକ୍ଷରୁ ୩୦ ହଜାର ଟଙ୍କା ପ୍ରଦାନ କରିବା ସହ ୪ ଲକ୍ଷ ଟଙ୍କାକ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତିଦେବା ପରେ ରାସ୍ତା ଅବରୋଧ ହଟିଥିଲା । ବରିଷ୍ଠ ଶ୍ରମିକ ନେତାଗୋବିନ୍ଦ ମହାରଣା, କିଶୋରହୋତାଙ୍କନେତୃତ୍ବରେଜନସାଧାରଣ ସାମିଲ ଥିଲେ ।