(ରିପୋର୍ଟସ ଟୁୁଡ଼େ): ବିଦେଶରେ ପୁଣି ଥରେ ହଟହଟା ହୋଇଛନ୍ତି ଓଡ଼ିଆ। ଓମାନ୍ର ରାଜଧାନୀ ମସ୍କଟ୍ରେ ୧୭ ଜଣ ଓଡ଼ିଆ ଫସି ରହିଛନ୍ତି।
ଗଞ୍ଜାମ ଜିଲ୍ଲାରୁ ଯାଇଥିବା ଏହି ଶ୍ରମିକଙ୍କୁ ଦୀର୍ଘ ଦିନ ଧରି ଦରମା ମିଳିନଥିବା ଅଭିଯୋଗ ହୋଇଛି। ଜେ ଆଣ୍ଡ ପି କମ୍ପାନୀ ଶ୍ରମିକଙ୍କୁ ୫ ମାସ ହେବ ଦରମା ଦେଇନି। ଏହାସହ ଆବଶ୍ୟକ ମୁତାବକ ଖାଦ୍ୟ ବି ଶ୍ରମିକଙ୍କୁ ଦିଆଯାଉନଥିବା ଅଭିଯୋଗ ହୋଇଛି। କେବଳ ଏତିକି ନୁହେଁ, ଶ୍ରମିକଙ୍କୁ ସେମାନଙ୍କ ଭିସା ଓ ପାସ୍ପୋର୍ଟ ପ୍ରଦାନ କରାଯାଉନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଶ୍ରମିକ ମାନେ କମ୍ପାନୀ ସମ୍ମୁଖରେ ବିକ୍ଷୋଭ କରିଛନ୍ତି। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ତେଲେଙ୍ଗାନା, ପଞ୍ଜାବ, ରାଜସ୍ଥାନର ଶ୍ରମିକ ବି ସେଠାରେ ଫସି ରହିଛନ୍ତି।