ବିଜେପି: ୪ ନେତାଙ୍କୁ ନୂଆ ଦାୟିତ୍ୱ

(ସରୋଜ ରାଉତ) ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ସାଂଗଠନିକ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିବାକୁ ସୁଶାନ୍ତ ମିଶ୍ରଙ୍କୁ ରାଜ୍ୟ ସମ୍ପାଦକ, ଉରକୁଳ ତାଣ୍ଡିଙ୍କୁ ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ ଉପସଭାପତି, ତିଳୋତମା ନାୟକଙ୍କୁ ରାଜ୍ୟ ମହିଳା ମୋର୍ଚ୍ଚାର ଉପ ସଭାନେତ୍ରୀ, ଶିଶିର ମିଶ୍ରଙ୍କୁ ହିଂଜିଳି ନିର୍ବାଚନ ମଣ୍ଡଳୀର ସଂଯୋଜକ ଭାବେ ରାଜ୍ୟ ସଭାପତି ବସନ୍ତ ପଣ୍ଡା ନିୟୋଜିତ କରିଛନ୍ତି । ଏକ ପ୍ରେସ ବିବୃତିରେ ରାଜ୍ୟ ଗଣମାଧ୍ୟମମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।