(ରିପୋଟରର୍ସ ଟୁଡ଼େ / ଆଦର୍ଶ ରାଉତ ) : ରାଜ୍ୟରେ କୋଭିଡ ମହାମାରୀ ପାଇଁ ଜୁଲାଇ ୧ରୁ ଅନଲକ-୨.୦ ଆରମ୍ଭ ହୋଇଯାଇଛି । ଗତ ଜୁନ ୩୦ରେ ଏନେଇ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ । ଓଡ଼ିଶାର ଗରିବ ଜନସାଧାରଣଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ମାଗଣା ଖାଦ୍ୟ ଶସ୍ୟ ଯୋଗାଣ ସଞ୍ଜୀବନି ସଦୃଶ । ଏଥିରେ ସମଗ୍ର ଦେଶର ୮୦ କୋଟି ଲୋକ ଲାଭବାନ ହେବେ ଏବଂ ଏଥିରେ ୯୦ ହଜାର କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ରାଜ୍ୟରେ ଥିବା ସମସ୍ତ ରାସନ କାର୍ଡଧାରୀ ଏଥିରେ ଉପକୃତ ହେବେ । ଯେଉଁମାନଙ୍କ ରାସନକାର୍ଡ ନାହିଁ ସେମାନଙ୍କୁ ମଧ୍ୟ ରାସନ ଯୋଗାଇ ଦେବା ପାଇଁ ରାଜ୍ୟ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ପ୍ରବାସୀ ଓଡ଼ିଆମାନଙ୍କୁ ରୋଜଗାର ଦେବା ପାଇଁ ଦେଶର ୧୧୬ଟି ଜିଲ୍ଲା ମଧ୍ୟରୁ ଓଡ଼ିଶାର ୪ଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯାଇଛି । ସେଥିପାଇଁ ରାଜ୍ୟ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଏକ ସାମ୍ବାଦିକ ସମ୍ମିଳନି ଜରିଆରେ ସମୀର ମହାନ୍ତି ଧନ୍ୟବାଦ ଅର୍ପଣ କରିଛନ୍ତି ।