(ମୃତ୍ୟୁଞ୍ଜୟ ଭୋଇ / ରିପୋଟରର୍ସ ଟୁଡ଼େ) : ଆଜି ଭାଜପା ବିଜୟ ସଂକଳ୍ପ ସମାବେଶରେ ଭାଜପା ଷ୍ଟାର ପ୍ରଚାରକ ତଥା ସିନେ ଅଭିନେତା ତନ୍ମୟ ମହାନ୍ତି(ବାବୁସାନ୍) ଯୋଗଦେବେ । ସଭା ପରେ ମଧ୍ୟାହ୍ନ ୧୨ଟା ମହାନ୍ତି ହିଞ୍ଜିଳି ଏନଏସିର ପଞ୍ଚଳିମା ପୋଡି ପଡିଆରେ ପହଞ୍ଚି ବିଜୟ ସଂକଳ୍ପ ସଭାରେ ଯୋଗଦେବେ। ଏହାପରେ ତନ୍ମୟ ମହାନ୍ତି ଅପରାହ୍ନ ୧ଟା ୩୦ରେ ଆସ୍କା ଏନ୍ଏସି ମାମୁଁଦିହ ଗୋଚର ପଡିଆରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ ବୋଲି ଦଳର ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।