(ହରପ୍ରସାଦ ବିଶୋଇ)ଭୁବନେଶ୍ୱର: ସେପ୍ଟେମ୍ବର ୧ରୁ ବିଜେପିର ଦେଶବ୍ୟାପୀ ଜନସମ୍ପର୍କ ଓ ଜନଜାଗରଣ ଯାତ୍ରା ଆରମ୍ଭ ହେବ । ୩୭୦ ଧାରା ସମ୍ପର୍କରେ ସୂଚନା ପରବର୍ତ୍ତୀ ପରିବର୍ତ୍ତନକୁ ଲୋକଙ୍କ ନିକଟରେ ପହଞ୍ଚାଯିବ । ଏ ନେଇ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ସୂଚନା ଦେବା ପରେ ବିଜେଡ଼ି ବିଧାୟକ ପ୍ରତାପ ଦେବ ପ୍ରତିକ୍ରିୟା ରଖ କହିଛନ୍ତି ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ । ଏହା ଏକ ଜାତୀୟ ଇସୁ । ତେଣୁ ରାଜନୈତିକ ଫାଇଦା ନେବାକୁ ଚାହୁଁଛି ବିଜେପି । ଏହା ଉପରେ ପ୍ରତିକ୍ରିୟା ରଖି ରାଜ୍ୟ ବିଜେପିର ନେତା ପ୍ରଦୀପ ପରୋହିତ କହିଛନ୍ତି ଓଡ଼ିଶାରେ ଏହା ସମସ୍ତ ଜିଲ୍ଲାରେ ଆରମ୍ଭ କରାଯିବ । ଏଥିରେ କୌଣସି ରାଜନୈତିକ ଫାଇଦା ନାହିଁ । ଏହାକୁ ଲୋକ ଜାଣିବାର ଆବଶ୍ୟକ ରହିଛି ।