ବିଜାତଳା ଜିଲ୍ଲା ପରିଷଦ ଉପ ନିର୍ବାଚନ ଆଜି

(ରିିପୋର୍ଟସ ଟୁଡ଼େ): ମୟୁରଭଂଜ ଜିଲ୍ଳା ସାରସକଣା ବିଜାତଳାରେ ଆଜି ଜିଲ୍ଲା ପରିଷଦ ଉପ ନିର୍ବାଚନ ଆରମ୍ଭ ହୋଇଛି । ୩୨ ନମ୍ବର ଜୋନ ଜିଲ୍ଲା ପରିଷଦ ଉପ ନିର୍ବାଚନ ଅନୁଷ୍ଠିତ ହେଉଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ୫ ଟି ପଂଚାୟତର ୮୨ ଟି ବୁଥରେ ପ୍ରାୟ ୨୩ ହହଜାର ୧୧୯ ଜଣ ଭୋଟର ନିଜର ମତ ସାବ୍ୟସ୍ତ କରିଛନ୍ତି ।

ଏହି ଜୋନର ଜିଲ୍ଲା ପରିଷଦ ଥିବା ବିଜେପି ପ୍ରାର୍ଥୀ ଛୋଟରାୟ ମାରାଣ୍ଡିଙ୍କ ମୃତ୍ୟୁ ପରେ ପଦ ଖାଲି ପଡିଥିଲା । ଆଜି ୧୦ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ବିଜେପିରୁ କୁତୁଲ ହାଁସଦା, କଂଗ୍ରେସରୁ ସୁଦର୍ଶନ ମୁର୍ମୁ ଓ ବିଜେଡିର ରଘୁନାଥ ମାଝୀ ପ୍ରାର୍ଥୀ ରହିଛନ୍ତି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏହି ନିର୍ବାଚନକୁ ଗୁରୁତ୍ୱର ସହିତ ନେଇଛନ୍ତି ରାଜନୈତିକ ଦଳ । ଏହାର ଫଳାଫଳ ଆଗାମୀ ଭବିଷ୍ୟତ ସୂଚନା ଦେବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ରଖିଛନ୍ତି ।
ଉପ ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଆଇନଶୃଂଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ୫ଟି ପଂଚାୟତରେ ପୋଲିସ ପେଟ୍ରୋଲିଂକୁ ଜୋରଦାର କରିଛି । ୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଥିବାବେଳେ ସୁରକ୍ଷା ଦାୟିତ୍ୱରେ ୪ ଜଣ ସେକ୍ଟର ଅଫିସରଙ୍କ ସହ ୨ ଜଣ ଏଏସପି ଓ ଏସଡିପିଓ ରହିଛନ୍ତି ।