ବିକ୍ରମର ବିଫଳ ମଧ୍ୟ ବରଦାନ: ଇସ୍ରୋ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଲ୍ୟାଣ୍ଡର ବିକ୍ରମର ଚନ୍ଦ୍ରପୃଷ୍ଠରେ ହାର୍ଡ ଲ୍ୟାଣ୍ଡିଂ କରିବାରୁ ପରୀକ୍ଷା ବିଫଳ ହୋଇଥିଲେ ମଧ୍ୟ ଏହା ଭାରତୀୟ ଅନ୍ତରୀକ୍ଷ ଗବେଷଣା ପାଇଁ ବରଦାନ ସାବ୍ୟସ୍ତ ହୋଇଛି । ଇସ୍ରୋର ଜଣେ ବରିଷ୍ଠ ଅନ୍ତରୀକ୍ଷ ବିଜ୍ଞାନୀ ଏପରି କହିଛନ୍ତି । ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ସମୟରେ ଉକ୍ତ ବୈଜ୍ଞାନିକ କହିଛନ୍ତି, ୧୪୭୧ କିଲୋଗ୍ରାମ ଓଜନ ବିଶିଷ୍ଟ ଲ୍ୟାଣ୍ଡର ବିକ୍ରମ ଯେତେବେଳେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ୨.୧ କିଲୋମିଟର ଉଚ୍ଚତାରୁ ଖୁବ୍‌ ଦ୍ରୁତବେଗରେ ଖସି ଚନ୍ଦ୍ରପୃଷ୍ଠରେ ‘ହାର୍ଡ ଲ୍ୟାଣ୍ଡିଂ’ କଲା ସେତେବେଳେ ଚନ୍ଦ୍ରପୃଷ୍ଠ ଉପରେ ମହଜୁଦ୍‌ ଥିବା ବିପୁଳ ପରିମାଣର ଧୂଳି ଉଡ଼ିବା ସହ ଅନ୍ୟ ଯେଉଁ ସମସ୍ତ ପ୍ରତିକ୍ରିୟା ସବୁ ସୃଷ୍ଟି କଲା ସେସବୁକୁ ଗଭୀର ଭାବେ ଅନୁଧ୍ୟାନ କରିଛି ଚନ୍ଦ୍ରଯାନ-୨ ସହ ଯାଇଥିବା ଅର୍ବିଟର। ଚନ୍ଦ୍ର ପୃଷ୍ଟରେ କୌଣସି ଖଣିଜ ସାମଗ୍ରୀ ଅଛିିକି ନାହିଁ ସେ ସମ୍ପର୍କରେ ପ୍ରମାଣ ସଂଗ୍ରହ କରିବ ଏବେ ଅର୍ବିଟର । ଏଥିସହ ବିକ୍ରମ ଧାରଣ କରିଥିବା ପ୍ରଜ୍ଞାନର ତଥ୍ୟ ମଧ୍ୟ ଅର୍ବିଟର ହାସଲ କରିବ । ଆଗାମୀ ୭ ବର୍ଷ ପାଇଁ ଅର୍ବିଟର ଏହିସବୁ କାମ କରିବ ବୋଲି ସେ କହିଛନ୍ତି ।