(ମୃତ୍ୟୁଞ୍ଜୟ ଭୋଇ / ରିପୋଟରର୍ସ ଟୁଡ଼େ) : ଆଜି କେନ୍ଦ୍ର କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବା ସହ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନିଆଯାଇଛି । ବିଏସଏନଏଲ ଓ ଏମଟିଏନଏଲ ପୁନରୁଦ୍ଧାର ପ୍ରସ୍ତାବକୁ ଓ ଏହାର ସମ୍ମିଶ୍ରଣକୁ କ୍ୟାବିନେଟର ମଞ୍ଜୁରି ମିଳିଛି । ଏହାସହ ପୁନରୁଦ୍ଧାର ପାଇଁ ୧୪ହଜାର କୋଟିର ସହାୟତା ସରକାର ଦେବେ । କର୍ମଚାରୀଙ୍କୁ ସ୍ୱେଚ୍ଛାକୃତ ଅବସର ଦେବାଲାଗି ଏହି ଅର୍ଥ ବ୍ୟବହୃତ ହେବ ବୋଲି ସୂଚନା ମିଳିଛି । ସେଥିରୁ ବିଏସଏନଏଲକୁ ୧୦ହଜାର କୋଟି ଓ ଏମଟିଏନଏଲ କୁ ୪ହଜାର କୋଟି ଟଙ୍କା ମିଳିବ । ସରକାରୀ ଟେଲିକମ ଉଦ୍ୟୋଗକୁ ୪ଜି ସ୍ପେକ୍ଟମ ମିଳିବ ବୋଲି ଜଣାପଡ଼ିଛି ।