(ରିପୋଟର୍ସ ଟୁଡ/ଭୁବନେଶ୍ୱର): ବାହାର ରାଜ୍ୟରୁ ୧ ଲକ୍ଷ ୧୫ ହଜାର ୩୯୦ ଜଣ ପ୍ରବାସୀ ଓଡିଆ ରାଜ୍ୟକୁ ଫେରିଛନ୍ତି । ଏ ନେଇ ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ତେବେ କୋରୋନା ଭୂତାଣୁରେ ବିଶ୍ୱରେ ଏ ପର୍ଯ୍ୟନ୍ତ ୩ ଲକ୍ଷରୁ ଉର୍ଦ୍ଧ ଲୋକଙ୍କ ମୃତ୍ୟୁ ଘଟିଲାଣି । ରାଜ୍ୟରେ ୩୫ଟି କୋଭିଡ଼ ହସ୍ପିଟାଲରେ ୫ହଜାରରୁ ଅଧିକ ଶଯ୍ୟା ରହିଛି । କରୋନାକୁ ନେଇ ଭୟଭୀତ ହେବାର ନାହିଁ । ଆମେ ଏହାକୁ ଦୃଢ଼ ଭାବେ ମୁକାବିଲା କରିବା । କୋରୋନା ମୁକାବିଲା ପାଇଁ ରାଜ୍ୟ ପ୍ରସ୍ତୁତ ରହିଛି । ଆମେ ଡରିବାନି, ସାହସର ସହ କରୋନା ବିରୋଧରେ ଲଢ଼ିବା । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୧ହଜାର ୯୭୦ଥିବା ବେଳେ ମୃତ୍ୟୁ ସଂଖ୍ୟା ୨ହଜାର ୬୪୯କୁ ବୃଦ୍ଧି ପାଇଛି । ୨୭ହଜାର ୯୧୯ ଜଣ ସୁସ୍ଥ ହୋଇଥିବା ବେଳେ ୫୧ହଜାର ୪୦୧ଜଣ ଚିକିତ୍ସିତ ହେଉଛନ୍ତି । ସେହିପରି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭୨ ଥିବା ବେଳେ ସେମାନଙ୍କ ମଧ୍ୟରୁ ୧୬୬ଜଣ ସୁସ୍ଥ ହୋଇଛନ୍ତି ଓ ୩ଜଣଙ୍କର ମୃତ୍ୟୁ ହୋଇଛି । ବାହାର ରାଜ୍ୟରୁ ଆସିବାକୁ ରାଜ୍ୟ ସରକାର ୧୨ଟି ଚେକ ପଏଣ୍ଟ କରିଛନ୍ତି । ଏପର୍ୟ୍ୟନ୍ତ ଏହି ଚେକପଏଣ୍ଟ ଦେଇ ୧୨୪୯ଟି ବସ୍ ପାସ୍ କରିଛି । ଏଯାଏଁ ବାହାର ରାଜ୍ୟରୁ ୧ଲକ୍ଷ ୧୫ହଜାର ୩୯୦ ପ୍ରବାସୀ ଫେରିଛନ୍ତି । ରାଜ୍ୟରେ ବର୍ତ୍ତମାନ କରୋନାରେ ୫୦୩ ଆକ୍ଟିଭ କେସ୍ ରହିଛି ।