ବାଲ୍ୟ ବିବାହ ରୋକିଲା କୋରାପୁଟ ଜିଲା ପ୍ରଶାସନ

(ସୁନ୍ଦର କୁମାର ପାଣି)କୋରାପୁଟ: କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ନାବାଳିକା ବିବାହକୁ ବନ୍ଦ କରାଯାଇଛି। ଜିଲ୍ଲା ପ୍ରଶାସନର ସଚେତନତା ଦ୍ୱାରା ଚଳିତ ମାସରେ କୋରାପୁଟ ବ୍ଲକର ମାନବାର ପଞ୍ଚାୟତର ମାଳିଗୁଡା ଦୁଇଟି, ଦେବୀଘାଟି କେନ୍ଧୁଗୁଡା, ମହାଦେଇପୁଟ ପଞ୍ଚାୟତ ର ଜାମାଦାରଗୁଡା ,କେଂଦାର ପଂଚାୟତ ଗିର୍ଲିପୁଟ ଗ୍ରାମରେ। ବାଲ୍ୟ ବିବାହ ରୋକି ବାରେ ସଫଳ ହୋଇଥିଲା ପ୍ରଶାସନ।ତେବେ ଗତକାଲି ମାଳିଗୁଡା ଗ୍ରାମରେ ଏକ ବାଲ୍ୟ ବିବାହ ହେଉଥିବା ଖବର ଜିଲ୍ଲା ପ୍ରଶାସନ ବିଶ୍ୱାସ ସୂତ୍ରରୁ ଖବର ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ , କୋରାପୁଟ ସଦର ବ୍ଲକର ସି ଡି ପିଓ ସୁଷମା ମହାପାତ୍ର , ଏସ ଡି ପି ଓ ବଳଭଦ୍ର ଦୀପ ସମେତ ଟାଉନ ଥାନା ର ପୋଲିସ ଟିମ ଘଟଣା ସ୍ଥଳେ ପହଞ୍ଚି ବିବାହ କୁ ରୋକି ଥିଲା।ଝିଅ କୁ ୧୭ବର୍ଷ ହୋଇଥିବା ହେତୁ ପରିବାର ଵର୍ଗ କୁ ବୁଝାଇ ଥିଲେ। ସେଥିରେ ପରିବାର ସହମତି ହୋଇଥିଲେ, ୧୮ବର୍ଷ ହେଲାପରେ ଝିଅ କୁ ବିବାହ କରିବେ ବୋଲି ପରିବାର କହିଥିବା ସୂଚନା ମିଳିଛି। ନାବାଳିକା ଝିଅକୁ ସିଡ଼ବ୍ୟୁସି ହସ୍ତାନ୍ତର କରାଯିବ ପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସି ,ଏମ, ପି, ଓ, ସୁଷମା ମହାପାତ୍ର ସୂଚନା ଦେଇଥିଲେ।