ବାଲିଗୁଡା/ ବନବାସୀ ପ୍ରଧାନ: ବାଲିଗୁଡା ବିଧାୟକ ଚକ୍ରମଣି କହଁରଙ୍କ ବାଲିଗୁଡା ଗସ୍ତ କାଳରେ ଏନ୍ଏସିରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭ ଉଦ୍ଘାଟନ ହୋଇଯାଇଛି । ଏହି ଅବସରରେ ବିଜୁ ପଟ୍ଟନାୟକ ଖେଳ ପଡିଆରେ ନିର୍ମିତ ସ୍ପୋର୍ଟ୍ସ ହଷ୍ଟେଲ, ବସଷ୍ଟାଣ୍ଡର ସୁଲଭ ଶୌଚାଳୟ, କନ୍ଧମାଳ ପ୍ରେସ ନିକଟ ୟୁରିନାଲ ଗୃହ ଓ ଏନଏସି କର୍ମଚାରୀଙ୍କ ପାଇଁ ନିର୍ମିତ କ୍ୱାଟର୍ସର ଶିଳାନ୍ୟାସ କରାଯାଇଛି । ୧୨ନଂ ଓ୍ବାଡ ଗୁଳିମରା ସାହିର ପୋଖରୀର ପୁନଃ ଉଦ୍ଧାର ପାଇଁ ଶିଳାନ୍ୟାସ କରିଥିବା ଦେଖିବାକୁ ମିଳିଥିଲା ।ଶେଷରେ ବିଧାୟକ ଚକ୍ରମଣି କହଁର ଏନ୍ଏସି କାଯ୍ୟାଳୟର ସଭା ଗୃହରେ ଏସଏଚଜି ଗୃପ ଗହଣରେ ଯୋଗଦାନ କରି ବିଜେଡି ସରକାରଙ୍କ ୫ଟିର ମୁକ୍ତା ଯୋଜନା ମାଧ୍ୟମରେ ଏନ୍ଏସିକୁ ମିଳିଥିବା ଦୁଇ କୋଟି ବାଇସି ଲକ୍ଷ ଟଙ୍କାକୁ କିଭଳି ସ୍ବୟଂସହାୟକ ଗୋଷ୍ଠୀ ମାଧ୍ୟମରେ ବାଲିଗୁଡା ଏନ୍ଏସିର ବିଭିନ୍ନ ଓ୍ବାର୍ଡର ଉନ୍ନତି କାର୍ଯ୍ୟରେ ଖର୍ଚ୍ଚ କରାଯାଇ ପାରିବ ସେ ସମ୍ପର୍କରେ ଏସଏଚଜି ମହିଳାଙ୍କ ସହ ଆଲୋଚନା କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ବିଧାୟକ ସମେତ ବାଲିଗୁଡା ଉପଜିଲ୍ଲାପାଳ, ପୂର୍ବତନ ଏନ୍ଏସି ଅଧ୍ୟକ୍ଷ ଲୋକନାଥ ପାଢି,ଏନ୍ଏସିର ସମସ୍ତ ଷ୍ଟାଫ ଓ ବିଜେଡି ନେତା କର୍ମୀ ଯୋଗଦାନ କରିଥିବା ଦେଖିବାକୁ ମିଳିଛି ।