ବାର୍ଡ ଫ୍ଲୁ ରୋକିବା ପାଇଁ ବିଦେଶାଗତ ପକ୍ଷୀଙ୍କ ନମୁନା ସଂଗ୍ରହ

(ମମତା ସାମଲ)ରିପୋର୍ଟସଟୁଡେ: ବ୍ୟାପିବାରେ ଲାଗିଛି ବାର୍ଡ ଫ୍ଲୁ । ବାର୍ଡ ଫ୍ଲୁ ରୋକିବା ପାଇଁ ଚିଲିକାରୁ ବିଦେଶାଗତ ପକ୍ଷୀଙ୍କ ନମୁନା ସଂଗ୍ରହ କରାଯାଉଛି । ଏହା ସହ ବାଲୁଗାଁ ପ୍ରାଣୀ ସଂପଦ ବିଭାଗ ପକ୍ଷରୁ ମଧ୍ୟ ନମୁନା ସଂଗ୍ରହ କରାଯାଇଛି । ୩ ବିଦେଶାଗତ ପକ୍ଷୀଙ୍କ ଠାରୁ ନମୁନା ସଂଗ୍ରହ କରାଯାଇଥିବା ସୂଚନା ମିଳିଛି । ସଂଗୃହୀତ ନମୁନା ଭୋପାଳା ଟେଷ୍ଟିଂ ଲ୍ୟାବକୁ ପଠାଯିବାକୁ ବ୍ୟବସ୍ଥା କରାଯାଉଛି । ବାର୍ଡ ଫ୍ଲୁ ପାଇଁ ଆଜିଠାରୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କୁକୁଡା ମରା ଅଭିଯାନ ଆରମ୍ଭ ହୋଇଛି । ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ଧରି ଭୁବନେଶ୍ୱର ଓୟୁଏଟିରେ ପରୀକ୍ଷଣ ପାଇଁ ଥିବା କୁକୁଡ଼ାଙ୍କ ଅସ୍ୱଭାବିକ ମୃତ୍ୟୁ ହେଉଥିଲା। ମୃତ କୁକୁଡ଼ାଙ୍କ ସଂଖ୍ୟା ୨ରୁ ୩ ହଜାର ଥିବା ମଧ୍ୟ ସୂଚନା ରହିଛି। ଏହାପରେ ମୃତ କୁକୁଡ଼ାଙ୍କ ସାମ୍ପଲକୁ ଭୋପଳ ସ୍ଥିତ ଟେଷ୍ଟିଂ ଲ୍ୟାବ ସେଣ୍ଟରକୁ ପଠାଯାଇଥିଲା। ତେବେ ଟେଷ୍ଟିଂ ପରେ ମୃତ କୁକୁଡ଼ାଙ୍କୁ ବାର୍ଡ ଫ୍ଲୁ ହୋଇଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି। ପାଖାପାଖି ମାର୍କେଟ ଥିବା କାରଣରୁ ବାର୍ଡ ଫ୍ଲୁ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି। ଓୟୁଏଟିର ରିସର୍ଚ୍ଚ ଫାର୍ମରେ ସହସ୍ରାଧିକ କୁକୁଡ଼ା ରହିଥିବା ସୂଚନା ରହିଛି। ତେଣୁ ବାର୍ଡ ଫ୍ଲୁ କେନ୍ଦ୍ର ସ୍ଥଳ ଓୟୁଏଟିଠାରୁ ଏକ କି.ମି. ବ୍ୟାସାର୍ଦ୍ଧ ମଧ୍ୟରେ କୁକୁଡ଼ା ମରାଯିବ। କୁକୁଡ଼ା ମରାଯାଇ ଗଭୀର ଗାତ ଖୋଳି ପୋତିବାକୁ ନିର୍ଦ୍ଦେଶ ଦିଆଯାଇଛି। କୁକୁଡ଼ା ମରା ପାଇଁ ୧୨ଟି ଟିମ ଗଠନ କରାଯାଇଛି। ୭ଟି ଟିମ୍ କୁକୁଡ଼ା ମରା କାର୍ୟ୍ୟ ରେ ନିୟୋଜିତ ହେବେ, ଅନ୍ୟ ୫ଟି ଟିମକୁ ଏହାକୁ ଜଗିବେ।