(ମହାକାଳପଡା) : ଲଗାତାର ବର୍ଷା ପାଇଁ ଚାଷ ଜମିରେ ପାଣି ପଶି ରହିଛି । ଜଳ ନିଷ୍କାଷନ କରିବା ପାଇଁ ଜମିକୁ ଯାଇଥିବା ବେଳେ ଜଙ୍ଗଲି ବାରହା ଆକ୍ରମଣର ଶୀକର ହୋଇଇଛନ୍ତି ୨ ଜଣ ଚାଷି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକର ଷାଠିଏବାଟି ଗ୍ରାମରେ । ଆକ୍ରମଣର ଶିକାର ହୋଇଥିବା ଦୁଇ ଜଣ ଚାଷୀ ହେଲେ ପ୍ରମୋଦ ସାମଲ ଓ କୈଳାସ ବେହେରା ।
ସୂଚନା ଅନୁଯାୟୀ ଚାଷ ଜମିରୁ ଜଳ ନିଷ୍କାସନ କରୁଥିବା ବେଳେ ୨ ଚାଷୀଙ୍କୁ ଆକ୍ରମଣ କରିଥିଲା ଜଙ୍ଗଲୀ ବାରହା । ଯାହାଫଳରେ ସେମାନଙ୍କର ଶରୀରରେ ଗଭୀର ଆଘାତ ଲାଗିଥିଲା । ଗ୍ରାମବାସୀମାନେ ଦୁଇ ଜଣଙ୍କୁ ବାରହା କବଳରୁ ଉଦ୍ଧାର କରି ମହାକାଳପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାର କରାଯାଇଛି ।