ବାପା ସାମ୍ନାରେ ଗୋଡେଇ ଗୋଡେଇ ପ୍ରଚୁର ମାଇଲେ

ଭୁବନେଶ୍ୱର: ଲକ୍ଷ୍ମୀ ସାଗର ଥାନା ଅଧୀନ ବମିଖାଲ ଦୁର୍ଗାମଣ୍ଡପରେ ଦେଖିବାକୁ ମଳିଛି ଅଭାବନୀୟ ଘଟଣା । ବାପାଙ୍କ ଆଗରେ ପୁଅକୁ ଗୋଡେଇ ଗୋଡେଇ ବହେ ମାରିଲେ । ମାରିବା ପରେ ଯୁବକଙ୍କ ସୁନା ଅଳଙ୍କାର ଲୁଟିନେଲେ । ଏହି ଆକ୍ରମଣରେ ଯୁବକ ଗୁରୁତର ହୋଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ଲକ୍ଷ୍ମୀସାଗର ଥାନା ଅଧିନସ୍ଥ ବମିଖାଲ ଦୁର୍ଗାମଣ୍ଡପ ନିକଟରେ ଗତକାଲି ରାତି ପ୍ରାୟ ୧୦.୪୦ ମିନିଟ ସମୟରେ ୧୦-୧୨ ଜଣ ଯୁବକ ବମିଖାଲରେ ଥିବା ଅରବିଟ ଟ୍ରାଭେଲ ନିକଟରେ ପହଞ୍ଚିବା ସହ ଟ୍ରାଭେଲ୍ସର ମାଲିକ ସୁକାନ୍ତ ପଟ୍ଟନାୟକଙ୍କୁ ଧମକ ଚମକ ଦେଇଥିଲେ । ଏହାକୁ ତାଙ୍କ ପୁଅ ପରମାନନ୍ଦ ସିଦ୍ଧାର୍ଥ ବିରୋଧ କରିବାକୁ ପରମାନନ୍ଦଙ୍କୁ ଟାଣି ନେଇ ନିର୍ଦ୍ଧୁମ ପିଟିଥିଲେ ତଳେ ପକେଇ । ଏହା ଦେଖି ସୁକାନ୍ତ ଦୁର୍ବୃତ୍ତଙ୍କ ଗୋଡ ଧରି କାକୁତି ମିନତି ହୋଇଥିଲେ ମଧ୍ୟ ତାଙ୍କ କଥା ଶୁଣିନଥିଲେ । ଖାଲି ପିଟି ନ ଥିଲେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ମାଡ ମାରିବା ପରେ ସେମାନେ ପରମାନନ୍ଦଙ୍କ ବ୍ରେସଲେଟ, ଚେନ, ମୁଦି ଓ ତାଙ୍କ ପର୍ସ ଲୁଟି ନେଇଥିଲେ । ଯିବା ବେଳେ କହିଥିଲେ ଆମ ଗାଁରେ ବେପ।।ର କରିବାକୁ ହେଲେ ବଟି ଦେବାକୁ ହେବ ନହେଲେ ଜୀବନରୁ ମାରିଦେବୁ ।
ସେମାନେ ସେଠାରୁ ଚାଲିଯିବା ପରେ ପରମାନନ୍ଦଙ୍କୁ ଗୁରୁତର ଅବସ୍ଥାରେ ହବଡ ମେଡିକାଲରେ ଭର୍ତ୍ତି କରାଯିବା ସହ ଥାନାରେ ଅଭିଯୋଗ ହୋଇଛି । ଆକ୍ରମଣ କରିଥିବା ଯୁବକମାନେ କିଛି ଦିନ ପୂର୍ବରୁ ଜେଲରୁ ଜାମିନରେ ଫେରିଥିବା ସୂଚନା ମିଳିଛି ।