ବାତ୍ୟା ପ୍ରସ୍ତୁତି ସ୍ଥିତି ପରଖିଲେ ବିଡ଼ିଓ

(ଗଞ୍ଜାମ / ହରପ୍ରସାଦ ବିଷୋଇ) : ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ଜୱାଦ,ଆସନ୍ତା କାଲି ବାତ୍ୟା ପୁରୀ ଉପକୂଳ ଛୁଇଁବା ବେଳକୁ ଗଭୀର ଅବପାତରେ ପରିଣତ ହେବ ଫଳରେ ଗଞ୍ଜାମ, ପୁରୀ, ଜଗତସିଂହପୁର ଓ ଖୋର୍ଦ୍ଧାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ତେବେ ଏହାର ପ୍ରଭାବରେ ସକାଳୁ ବେଗୁନିଆପଡା ବ୍ଲକରେ ବର୍ଷା ଆରମ୍ଭ ହୋଇଯାଇଛି । ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ପ୍ରଶାସନ ଏହାର ମୁକାବିଲା କରିବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ବେଗୁନିଆପଡା ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରଜ୍ଞା ପ୍ରିୟଦର୍ଶି ସମୀକ୍ଷା ବୈଠକ କରି କର୍ମଚାରୀଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବ୍ଲକର ସମସ୍ତ ପଞ୍ଚାୟତରେ ବାତ୍ୟା ଆଶ୍ରୟ ସ୍ଥଳୀ ପ୍ରସ୍ତୁତ ରଖାଯାଇଛି । ଏଥିସହ ପ୍ରବଳ ବର୍ଷାକୁ ଦୃଷ୍ଟିରେ ବିଭିନ୍ନ ନଦୀ ଓ ନାଳକୁ ସଫା କରାଯାଉଛି । ଦିଗାପଡ଼ା ପଞ୍ଚାୟତ କୁ ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶୀ ଏବଂ ଏବିଡିଓ ନିରଞ୍ଜନ ଗସ୍ତ କରି ଯୋଗତା ନାଳ ପାଣି ଜମିବା ସମ୍ଭାବନା ଥିବାରୁ ଏହାର ସମୀକ୍ଷା କରିଥିଲେ । ଏଥିସହ ଵିଭଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇ ନାଳକୁ ସଫା କରାଯାଇଛି । ଯେକୌଣସି ସ୍ଥାନରେ ପାଣି ଜମି ଜଳ ବନ୍ଦୀ ସମସ୍ୟା ସୃଷ୍ଟି ହେଲେ ପାଣି ନିଷ୍କାସନ ପାଇଁ ସମସ୍ତ ପ୍ରସ୍ତୁତ କରାଯାଇଛି । ଏଥିସହ ବାତ୍ୟାର ମୁକାବିଲା କରିବା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶୀ ।