(ଜୟନ୍ତ କୁମାର ସେଠୀ / ଗୋପ) : କୋଣାର୍କ- କାକଟପୁର ରାସ୍ତାର ବଢେଇଛକ ଠାରେ ମର୍ମନ୍ତୁଦ ଦୁର୍ଘଟଣା। ଦୁଇ ବାଇକ ଆରୋହୀ ମୃତ । ସୂଚନା ମୁତାବକ ଏକ ବାଇକରେ କାକଟପୁର ନିଜ ଘରକୁ ଫେରୁଥିବା ଦୁଇ ବନ୍ଧୁଙ୍କ ଗାଡି ବଢେଇଛକ ବୁଲାଣିରେ ଭାରସାମ୍ୟ ହରାଇ ତ୍ରୀନାଥ ମଣ୍ଡପରେ ଧକ୍କା ହୋଇଥିଲା । ପାଖରେ ଥିବା କିଛି ଲୋକେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇଁ ଚମ୍ପାହର ଅଗ୍ନିଶମ ବିଭାଗ ଅଧିକାରୀ ଓ ତାଙ୍କ ଟିମି ପହଞ୍ଚି ଦୁଇଜଣଙ୍କୁ ଗୋପ ମେଡିକାଲ ନେଇଯାଇଥିଲେ। କିନ୍ତୁ ଡାକ୍ତର ଦୁଇଜଣଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ମୃତ ଦୁଇ ଯୁବକ କାକଟପୁର ଥାନା ଅସୁରଖଳା ଅଞ୍ଚଳର ବଳରାମ ଖଟୋଇ ଓ ବେଲପାହାଡ଼ ଗୁମେଡେରା ଅଞ୍ଚଳର ଦିବ୍ୟରଞ୍ଜନ ପଟନାୟକ ବୋଲି ଯଣା ପଡିଛି। ଚମ୍ପାହର ଅଗ୍ନିଶମ ବିଭାଗ ଅଧିକାରୀ ଓ କର୍ମଚାରୀ ମାନେ ତାଙ୍କ ଡ଼୍ରାଇଭିଙ୍ଗି ଲାଇସେନ୍ସ ରୁ ତାଙ୍କ ପରିଚୟ ପାଇଁ କୋଣାର୍କ ଥାନାରେ ଜଣାଇଥିଲେ।। କୋଣାର୍କ ପୋଲିସ ପହଞ୍ଚି। ଏକ ବାଇକ , ବ୍ୟାଗ ଜବତ କରି ଅଧିକ ତଦନ୍ତ ଚଳାଇଛନ୍ତି।