(ଅନୁସ୍ୱୟା)ଭୁବନେଶ୍ୱର: ଆଜି ଅପରାହ୍ନରେ କାଞ୍ଜିପାଣି ଘାଟିରେ ବସ୍ ଓଲଟି ୬ଜଣ ଶିଶୁଙ୍କ ସମେତ ୧୩ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ଶ୍ରୀଜଗନ୍ନାଥ ନାମକ ଏକ ବସ୍ କେନ୍ଦୁଝର ରାଇସୁଆଁ ଥାନା ମନୋହରପୁର ଗାଁରୁ ତେଲକୋଇର କତରାପାଲି ଯାଉଥିବା ସମୟରେ ଚାଳକ ଭାରସାମ୍ୟ ହରାଇବା ହେତୁ ବସ୍ଟି କାଞ୍ଜିପାଣି ଘାଟି ନିକଟରେ ଓଲଟି ପଡ଼ିଥିଲା। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କାହାରି ମୃତ୍ୟୁ ହୋଇ ନଥିବା ବେଳେ ୬ଜଣ ଶିଶୁଙ୍କ ସମେତ ୧୩ଜଣ ଯାତ୍ରୀ ଗୁରୁତର ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟଲୋକେ ଓ ବାଟରେ ଯାଉଥିବା ଅନ୍ୟ ଯାତ୍ରୀ ଘଟଣାସ୍ଥଳକୁ ଆସି ଗୁରୁତର ଆହତଙ୍କୁ ସେଠାରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ ପଠାଇ ଦେଇଥିଲେ।