(ରିପୋଟରର୍ସ ଟୁଡ଼େ/ଭୁବନେଶ୍ୱର): ସନ୍ଧ୍ୟା ସମୟରେ ସମସ୍ତେକିଛି ଜଳଖିଆ ଖାଇବାକୁ ସବୁ ପସନ୍ଦ କରିଥାନ୍ତି । ବେଳେବେଳେ ମହିଳା ମାନେ ରୋଷେଇ କରିବା ପରେ ବେଳେ ଅଳ୍ପ ଭାତ ବଳିଯାଏ । ସେହି ଭାତକୁ ନ ଫୋପାଡିରେ ବନାନ୍ତୁ ରାଇସ କଟଲେଟ । ଆସନ୍ତୁଜାଣିବା କିପରି ପ୍ରସ୍ତୁତ କରିବେ ରାଇସ କଟଲେଟ ।
ଆବଶକୀୟ ସାମଗ୍ରୀ: ଭାତ : ୨୦୦ଗ୍ରାମ, ସିଝା ହୋଇଥିବା ଆଳୁ ୧୦୦ଗ୍ରାମ, ଅଦା- ୧୦ଗ୍ରାମ, ଦୁଇଟି କଞ୍ଚା ଲଙ୍କା, ଧନିଆ-୧୦ଗ୍ରାମ, ସ୍ବାଦ ଅନୁସାରେ ଲୁଣ, ୨ଗ୍ରାମ ଗରମ ମସଲା, କିସମିସ-୧୫ଗ୍ରାମ, ଆରାରୁଟ ପାଉଡର-୨ ଚାମଚ
ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଦୁଇଟି ଆଳୁ ସିଝାଇ ରଖନ୍ତୁ । ଅଦା, ଲଙ୍କା ଓ ଧନିଆ ପତ୍ରକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ଗ୍ୟାସରେ ଏକ କଢ଼େଇ ବସାଇ ସେଥିରେ ଗୋଟିଏ ଚାମଚ ତେଲ ଗରମ କରନ୍ତୁ । ତେଲ ଗରମ ହେବା ପରେ କଟା ହୋଇଥିବା ଅଦା, ସିଝା ଆଳୁକୁ ପକାଇ ଭଲ ଭାବେ ଭାଜି ବାହାର କରିନିଅନ୍ତୁ। ଏହାପରେ ବଳିଥିବା ଭାତରେ ଆରାରୁଟ ପାଉଡ଼ର, ଲଙ୍କା, ଧନିଆ ପତ୍ର, ଲୁଣ, ଗରମ ମସଲା ଓ କିସମିସ ଓ ଆଳୁ ମିଶ୍ରଣକୁ ପକାଇ ଭଲ ଭାବେ ଚକଟି ଦିଅନ୍ତୂ । ଏହା ପରେ ଏକ କଢ଼େଇରେ ତେଲ ଗରମ କରି ସେଥିରେ କଟଲେଟ ଆକାରର କରି ଛାଣନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ରାଇସ କଟଲେଟ।