ବଳାତ୍କାର ପରେ ହତ୍ୟା ଉଦ୍ୟମ

(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ) : ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଣିତିଆ ପଞ୍ଚାୟତର ଏକ ଗ୍ରାମରେ ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଉଦ୍ୟମ କରାଯାଇଛି କ୍ଷ ନାବାଳିକା ଜଣଙ୍କ ଗତକାଲି ସ୍କୁଲକୁ ଯାଇ ଘରକୁ ଫେରି ନ ଥିଲେ॥ ନାବାଳିକା ଜଣକ ୬ଷ୍ଠ ଶ୍ରେଣୀରେ ପଢ଼ୁଥିବା ଜଣାପଡ଼ିଛି। ଅଭିଯୁକ୍ତ କୁହାଯାଉଥିବା ଚକରାପାଢ଼ୀ ଗାଁର ଗଗନ ବେହେରା (୫୨)ଙ୍କୁ ପୋଲିସ ଗିରଫ କରିଛି କ୍ଷ ନାବାଳିକାଙ୍କୁ ଏକ ୫ ଜଣିଆ ଡାକ୍ତରୀ ଟିମ୍‌ ଦ୍ୱାରା ସ୍ବତନ୍ତ୍ର ଗୃହରେ କଡ଼ା ପୋଲିସ ପ୍ରହରା ମଧ୍ୟରେ ଚିକିତ୍ସା କରାଯାଉଛି କ୍ଷ ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି।