କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଅଲେଖ ଚନ୍ଦ୍ର ଦାସଙ୍କର ଦେହାନ୍ତ

ବରିଷ୍ଠ ଚିକିତ୍ସକ ତଥା କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଅଲେଖ ଚନ୍ଦ୍ର ଦାସଙ୍କର ପରଲୋକ । ମଙ୍ଗଳବାର ରାତିରେ କଟକର ଏକ ଘରୋଇ ହସ୍ପିଟାଲରେ

(କେନ୍ଦ୍ରାପଡା) : ବରିଷ୍ଠ ଚିକିତ୍ସକ ତଥା କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଅଲେଖ ଚନ୍ଦ୍ର ଦାସଙ୍କର ପରଲୋକ । ମଙ୍ଗଳବାର ରାତିରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା।

ସୂଚନାନୁଯାୟୀ , ଦୀର୍ଘଦିନ ଧରି ସେ କିଡନୀ ରୋଗରେ ପୀଡିତ ଥିଲେ। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପତ୍ନୀ ସୁପ୍ରଭା ଦାସ, ପୁଅ ସ୍ୱୟଂଭୁବ ଉପସ୍ଥିତ ଥିଲେ। ମୃତ୍ୟୁ ଖବର ପାଇ ବହୁ ବିଶିଷ୍ଠ ବ୍ୟକ୍ତି ତାଙ୍କ କେନ୍ଦ୍ରାପଡା ସ୍ଥିତ ବାସଭବନରେ ପହଂଚି ଶେଷ ଦର୍ଶନ କରିବା ସହ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ। କେନ୍ଦ୍ରାପଡାର କଜଳା ସ୍ଥିତ ସ୍ୱର୍ଗଦ୍ୱାର ଶ୍ମଶାନଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସ୍ୱର୍ଗତ ଦାସ ବିନାମୂଲ୍ୟରେ ଗରିବ ରୋଗୀଙ୍କ ଚିକିତ୍ସା କରି ବେଶ ସୁନାମ ଅର୍ଜନ କରିଥିଲେ।