ବମ୍ବେରୁ ଚୋରୀ କରୀ ଓଡ଼ିଶାରେ ଧରାପଡ଼ିଲେ ଚୋର

(ମୃତ୍ୟୁଞ୍ଜୟ ଭୋଇ /ରିପୋଟରର୍ସ ଟୁଡ଼େ) : ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ଗଣ୍ଡୁଆ ଗାଁର ମାନସ ମଲ୍ଲିକ କାମ କରିବା ପାଇଁ ମୁମ୍ବାଇ ଯାଇଥିଲେ। ସେଠାରେ ସେ ଜଣଙ୍କ ଘରେ କାମ କରୁଥିବା ବେଳେ ପରିବାର ଲୋକଙ୍କ ବିଶ୍ୱାସଭାଜନ ହୋଇଯାଇଥିଲା। ଏହାର ସୁଯୋଗ ନେଇ ସେ ସମ୍ପୃକ୍ତ ଘରୁ ଏକ କେଜି ସୁନା ଓ ରୁପା ଏବଂ ନଗଦ ୫୦ ହଜାର ଟଙ୍କା ଚୋରି କରିଥିବା ଅଭିଯୋଗ ହୋଇଛି। ଘର ମାଲିକ ଏନେଇ କୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ। କୁର୍ଲା ଥାନା ଅଧିକାରୀ ଗଣେଶ ଯାଦବଙ୍କ ନେତୃତ୍ୱରେ ଏକ ଟିମ୍‌ ଖଇରା ଥାନା ପୁଲିସ ସହାୟତାରେ ମାନସଙ୍କ ଘରେ ପହଞ୍ଚି ତାଙ୍କୁ ଗିରଫ କରି କୋର୍ଟରେ ହାଜର କରାଇଛନ୍ତି। ପରେ ତାଙ୍କୁ ରିମାଣ୍ଡରେ ନେବା ପାଇଁ କୁର୍ଲା ପୁଲିସ ଆବେଦନ କରିଛି।