ବନ୍ଧୁକ ମୁନରେ ଲୁଟ ଉଦ୍ୟମ
(ପାରାଦ୍ୱୀପ,ପ୍ରଶାନ୍ତ କୁମାର ସ୍ୱାଇଁ ): ବନ୍ଧୁକ ମୁନରେ ଲୁଟ ଉଦ୍ୟମ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ପାରାଦୀପ ଲକ୍ ଥାନା ଅନ୍ତର୍ଗତ ଫୁଲବେଲାରୀ ଗାଁରେ । ସୂଚନା ଅନୁଯାୟୀ ରବିବାର ଦିନ ସାଢେ଼ ଗୋଟାଏ ସମୟରେ ଭୁତୁମୁଣ୍ଡାଇ ଫୁଲବେଲାରୀ ଗ୍ରାମର ଓମ୍ ପ୍ରକାଶ ଦାସ ଓ ତାଙ୍କ ମା ଖାଇବାକୁ ବସିଥିବା ବେଳେ ହଠାତ୍ ୩ ଜଣ ଯୁବକ ଘର ଭିତରକୁ ପଶି ଓମ୍ ପ୍ରକାଶଙ୍କୁ କାବୁ କରି ନେଇଥିଲେ। ସେମାନଙ୍କ ହାତରେ ବନ୍ଧୁକ ଓ ଖଣ୍ଡା ରହିଥିଲା। ପରିବାର ର ଅନ୍ୟ ମାନଙ୍କୁ ଭୟଭିତ କରିବା ସହିତ ଆଲମିରା ଚାବି ମାଗିଥିଲେ। ଭୟରେ ଓମ୍ ପ୍ରକାଶ ଚାବି ପେନ୍ଥା ସେମାନଙ୍କୁ ଦେଇଥିଲେ ମଧ୍ୟ ସେମାନେ ଆଲମୀରା ଖୋଲି ପାରି ନଥିଲେ। ଏହି ସମୟରେ ଓମ୍ ପ୍ରକାଶ ସେମାନଙ୍କ ନିକଟରୁ ଖସିଯାଇ ବାହାରକୁ ଦୈଉଡିବାକୁ ଚେଷ୍ଟା କରିବା ବେଳେ ତାଙ୍କ ମୁଣ୍ଡକୁ ବନ୍ଧୁକରେ ପିଟି ଦେଇଥିଲେ ଦୁର୍ବୁତ। ମାତ୍ର ସେ ଯୋରରେ ଚିଲାଇବାରୁ ଲୁଟେରା ମାନେ ସେଠାରୁ ପଳାଇ ଯାଇଥିଲେ। ମୁଣ୍ଡରେ ଗୁରୁତର ଆହତ ଲାଗିଥିବାରୁ ଓମ୍ ପ୍ରକାଶଙ୍କୁ ଅଠରବାଙ୍କି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା କରାଯାଇଛି। ପରେ ଲକ୍ ଥାନାରେ ଏତଲା ଦେଇଛନ୍ତି ଓମ୍ ପ୍ରକାଶ।