(ସତ୍ୟଜିତ ବାରିକ / ବରି) : ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା କାଣ୍ଡର ପ୍ରଚ୍ଛଦ ପଟରେ ରାଜ୍ୟର ଗୃହ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଅଦେଖା ଭୂମିକା ରହିଛି ବୋଲି ବିରୋଧୀ, ରାଜନୈତିକ ଦଳ ସମେତ ବହୁ ସ୍ଵଚ୍ଛା ସେବି ସଂଗଠନ ଗୁଡ଼ିକ ଦୀର୍ଘ ଦିନ ଧରି ବିକ୍ଷୋଭ ପ୍ରଦର୍ଶନ କରି ଆସୁଛନ୍ତି । ପୂର୍ବ ନିର୍ଦ୍ଧାରିତ କାର୍ୟ୍ୟକ୍ରମ ଅନୁଯାୟୀ ଆଜି ବରୀ କଂଗ୍ରେସ ପକ୍ଷରୁ ସ୍ଥାନୀୟ ବରୀ ତହସିଲ କାର୍ୟ୍ୟାଳୟ ସମ୍ମୁଖରେ ଗୃହମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲେ ମଧ୍ୟ ବରୀ କଂଗ୍ରେସ ନେତାଙ୍କ ଅନୁପସ୍ଥିତି ଓ କେତେ ଜଣ ହାତ ଗଣତି କର୍ମୀ ମାନଙ୍କୁ ନେଇ ଏହି କାର୍ୟ୍ୟକ୍ରମ କରାଯାଇଥିଲେ ହେଁ କଂଗେସର ବନ୍ଦ ଡାକରା ଅଞ୍ଚଳରେ କୌଣସି ପ୍ରଭାବ ପଡିନଥିବା ଦେଖିବାକୁ ମିଳିଛି। ପ୍ରକାଶ ଥାଉ କି କଂଗ୍ରେସର ବନ୍ଦ ଡାକରା ବହୁ ଆଡମ୍ବର ଲଘୁକ୍ରିୟାରେ ପରିଣତ ହୋଇଛି ବୋଲି ରାଜନୈତିକ ସମୀକ୍ଷକଙ୍କ ମାନେ ମତ ଦେଇଛନ୍ତି। ବରୀ ରାଜନୀତିରେ ଦୁଇ ପରସ୍ପର ପ୍ରତି ଦ୍ୱନ୍ଦି ଗୋଟିଏ ଦଳ ଶାସକ ଦଳର ହୋଇଥିବା ବେଳେ ଆଗାମୀ ଦିନରେ ଜାତୀୟ କଂଗ୍ରେସ ଏଠାରେ ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହେବାର ଚର୍ଚ୍ଚା ହେଉଥିବା ବେଳେ ତୃଣମୂଳ ସ୍ତରର କର୍ମୀ ମାନେ ଏହି ବନ୍ଦ କାର୍ୟ୍ୟକ୍ରମରେ ସାମିଲ ନ ହେବା ଘଟଣା ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି।