(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ବନ୍ଦେ ଭାରତ ମିଶନ,ପଞ୍ଚମ ଦିନରେ ପହଞ୍ଚିଛି । ପଞ୍ଚମ ଦିନରେ ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନରେ ପ୍ରାୟ ୩ଶହ ଭାରତୀୟ ଲଣ୍ଡନରୁ ଆସି ବାଙ୍ଗାଲୁରୁରେ ପହଞ୍ଚିଛନ୍ତି । ଯେମିତିକି ଦୁବାଇରୁ କୋଚି, ଆବୁ ଧାବିରୁ ହାଇଦ୍ରାବାଦ, ସାନ ଫ୍ରାନସିସ୍କୋରୁ ମୁମ୍ବାଇ, ଢାକାରୁ ମୁମ୍ବାଇ, କୁଆଲା ଲମପୁରରୁ ଚେନ୍ନାଇ ଓ ବାହାରିନରୁ କୋଜିକୋଡେ ପହଞ୍ଚିବାର କାର୍ୟ୍ୟକ୍ରମ ରହିଛି । ଆହୁରି ମଧ୍ୟ କିଛି ସ୍ବତନ୍ତ୍ର ବିମାନରେ ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ଭାରତୀୟଙ୍କୁ ଆଣିବାର ବ୍ୟବସ୍ଥା କରାଯାଇଛି । ‘ବନ୍ଦେ ଭାରତ ମିଶନ’ ମାଧ୍ୟମରେ ପାଖାପାଖି ୧୫,୦୦୦ ଭାରତୀୟଙ୍କୁ ୧୨ଟି ଦେଶରୁ ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନରେ ଭାରତ ଫେରାଇ ଆଣିବାର ବନ୍ଦୋବସ୍ତ କରାଯାଇଛି ।