(ରିପୋଟରର୍ସ ଟୁଡ଼େ): ଛୁଆଙ୍କୁ ଟିଫିନରେ କିଛି ସ୍ପେଶାଲ ଦେବା ପାଇଁ ସବୁବେଳେ ଚିନ୍ତିତ କି ? ତେବେ ଆଜି ଘରେ ନିଶ୍ଚୟ ବନାନ୍ତୁ ମିଠାରାଗ ସୁଜି ଲଡ଼ୁ ।
ଆବଶ୍ୟକୀୟ ସାମଗ୍ରୀ: ସୁଜି-୫୦୦ଗ୍ରାମ, ସୋରିଷ-୧ଚାମଚ, ଜିରା-୧ଚାମଚ, ଭୁସୃଙ୍ଗ ପତ୍ର-, ମେଥି-୧ଚାମଚ, ବିରି ଡାଲି-୧ଚାମଚ, ହେଙ୍ଗୁ-ଅଳ୍ପ, ଶୁଖିଲା ଲଙ୍କା, ଲୁଣ -୨ଟି, ଲଙ୍କା ଗୁଣ୍ଡ-୧ଚାମଚ, ରିଫାଇନ୍ ତେଲ-୧ଚାମଚ, ହଳଦି ଗୁଣ୍ଡ-ଅଧା ଚାମଚ, ଚିନି-୧ଚାମଚ, ସମ୍ବର ମସାଲା-୧ଚାମଚ , ଗୋଲମରିଚ ଗୁଣ୍ଡ-୧ଚାମଚ, ଅଦା ଛେଚା-୧ଚାମଚ, ପାଣି, ଲୁଣ, ।
ପ୍ରସ୍ତୁତି ପ୍ରଣାଳି: ପ୍ରଥମେ ଗ୍ୟାସରେ ଏକ କଡେଇ ବସାଇ ସେଥିରେ ୩ କପ୍ ପାଣି ଦିଅନ୍ତୁ। ଏହାପରେ ଲୁଣ, ଅଧା ଚାମଚ ଗୋଲମରିଚ ଗୁଣ୍ଡ, ଅଦା ଛେଚା ପକାନ୍ତୁ। ପାଣି ଭଲ ଭାବେ ଫୁଟିଲେ ସେଥିରେ ୨ କପ୍ ସୁଜି ପକାଇ ଗୋଳାନ୍ତୁ। ପାଣି ଶୁଖି ଆସିଲେ ଗ୍ୟାସ ବନ୍ଦ କରି ତାହାକୁ ଛାଡ଼ି ଦିଅନ୍ତୁ।
ଏହାପରେ ସେଥିରେ କିଛି ତେଲ ପକାଇ ଭଲ ଭାବେ ଚକଟନ୍ତୁ। ଏହାର ଛୋଟ ଛୋଟ ଗୁଳା କରନ୍ତୁ। ଏହାପରେ ଇଟିଲି ଷ୍ଟାଣ୍ଡ ବସାଇ ପାଣି ଦେଇ ଗରମ କରନ୍ତୁ। ପାଣି ଫୁଟିଲେ ଛାଞ୍ଚ ଉପରେ ଏହି ଗୁଳାକୁ ୧୫ ମିନିଟ୍ ରଖି ଦିଅନ୍ତୁ। ଏହାପରେ ଗ୍ୟାସରେ କଡ଼େଇ ବସାଇ ତେଲ ପକାନ୍ତୁ। ତେଲ ଗରମ ହେବା ପରେ ସୋରିଷ, ଜିରା, ଭୁସୃଙ୍ଗ ପତ୍ର, ମେଥି, ବିରି ଡାଲି, ହେଙ୍ଗୁ, ଶୁଖିଲା ଲଙ୍କା, ଲୁଣ , ଲଙ୍କା ଗୁଣ୍ଡ, ହଳଦି ଗୁଣ୍ଡ, ଚିନି ପକାନ୍ତୁ। ଏଥିରେ ଆପଣ ସମ୍ବର ମସାଲା ମଧ୍ୟ ପକାଇ ପାରିବେ। ଏହାକୁ ସିମ୍ରେ କିଛି ସମୟ ଗୋଳାନ୍ତୁ। ଏହାପରେ ସୁଜିର ଗୁଳାଗୁଡ଼ିକ ପକାନ୍ତୁ। ଅଳ୍ପ ପାଣି ଦେଇ ଗୁଳାଗୁଡ଼ିକୁ ଏପଟସେପଟ କରନ୍ତୁ। ଏହାପରେ ଗ୍ୟାସ ବନ୍ଦ କରି ଗରମାଗରମ ପରଷନ୍ତୁ। ଏହା ଆପଣଙ୍କୁ ଭିନ୍ନ ସ୍ୱାଦ ଦେବ।