ବନାନ୍ତୁ ଫଳ ରାଇତା

 (ରିପୋଟରର୍ସ ଟୁଡ଼େ/ଭୁବନେଶ୍ୱର): ଖରାକୁ ନଜର ରଖି ଭୋଜନରେ ସମସ୍ତେ ଦହି , ତରଭୁଜ, କଦଳୀ ଆଦି ଜଳୀୟଅଂଶ ଖାଦ୍ୟ ଖାଇବାକୁ ରୁଚି ରଖିଥାନ୍ତି । କିନ୍ତୂ ଆଜି ଆମେ ଏହାର ମିଶ୍ରଣକୁ ନେଇ ବନାଇବୁ ଏକ ଟେଷ୍ଟି ରେସିପି ଫଳ ରାଇତା । ଏହା ଖାଇବାକୁ ଯେତିକି ସୁଆଦିଆ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ।

ଆବଶ୍ୟକୀୟ ସାମଗ୍ରୀ: ଦହି -୪କପ୍, କଦଳୀ -୩ଟା, ସେଓ -୩ଟା, ଡାଳିମ୍ବ ଦାନା- ୨କପ୍, ଚାଟ ମସଲା -୧ଟି, ରାଇତା ମସଲା- ୨, ଗୋଲମରିଚ ପାଉଡର-୧ଟି, ଲୁଣ- ସ୍ୱାଦ ଅନୁସାରେ ।

ପ୍ରସ୍ତୁତ ପ୍ରଣାଳି : ଏକ ପାତ୍ରରେ ଦହି ପକାନ୍ତୁ । ସେଥିରେ ଲୁଣ ଓ ଗୋଲମରିଚ ଗୁଣ୍ଡ ପକାଇ ଭଲ ଭାବେ ପେଣ୍ଟି ରଖନ୍ତୁ । ପୁର୍ବରୁ କଟା ଯାଇଥିବା ଫଳ ପକାନ୍ତୁ । ଘାଣ୍ଟି ଫ୍ରିଜରେ ୩୦ ମିନଟ ରଖି । ପରଷନ୍ତୁ ଆପଣଙ୍କ ଫଳ ରାଇତା