ବନାନ୍ତୁ ଚାଉଳକ୍ଷୀରି

 (ରିପୋଟରର୍ସ ଟୁଡ଼େ): ଖାଦ୍ୟ ସରିବା ପରେ କିଛି ମିଠା ଅର୍ଥାତ ଖିରି ଖାଇବା ଦ୍ୱାରା ଖାଦ୍ୟ ସମ୍ପୂର୍ଣ୍ଣ ହୋଇଥାଏ । ଆଜି ଆମେ ଏପରି ଏକ ବ୍ୟଞ୍ଜନ ପ୍ରସ୍ତୁତ କରିବା ଯାହା ପିଲାଙ୍କୁ ଓ ବଡ଼ ଲୋକଙ୍କ ମଧ୍ୟ ବହୁତ ପସନ୍ଦ । ଆସନ୍ତୁ ଖିରୀ କିପରି ପ୍ରସ୍ତୁତ କରାଯାଏ ଜାଣିବା ।

ଆବଶ୍ୟକ ସାମଗ୍ରୀ: ଖିରି ଚାଉଳ -୧୦୦ ଗ୍ରାମ, ଘିଅ -୨ଚାମଚ,କାଜୁ, କିସ୍ମିସ୍ –ଅଳ୍ପ, କ୍ଷୀର – ୧ଲି ୫୦୦ମିଲି ,ଗୁଜୁରାତି ଗୁଣ୍ଡ-ଅଳ୍ପ ,ଚିନି – ମିଠା ଅନୁଯାୟୀ ,ଲୁଣ -ଚିମୁଟାଏ ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚାଉଳକୁ ଅଧଘଣ୍ଟା ଯାଏ ପାଣିରେ ବତୁରାଇ ଦିଅନ୍ତୁ। ଗ୍ୟାସ ଅନ କରି ଏକ ପାତ୍ରରେ ଘିଅ ଗରମ କରି ସେଥିରେ କିସ୍ମିସ୍ ଓ କାଜୁକୁ ଭାଜିଦିଅନ୍ତୁ । ଏହାପରେ ଅନ୍ୟ ଏକ ପାତ୍ରରେ କ୍ଷୀରକୁ ଅଳ୍ପ ଜାଳରେ ଭଲ ଭାବେ ସିଝାନ୍ତୁ। ପରେ ଚାଉଳକୁ ପକାଇ ସିଝାନ୍ତୁ । ଚାଉଳ ଅଧା ସିଝି ଗଲାପରେ ସେଥିରେ ଅଳ୍ପ ଲୁଣ ,ଆବଶ୍ୟକ ମିଠା ଅନୁଯାୟୀ ଚିନି ,ଗୁଜୁରାତି ଗୁଣ୍ଡ, ଭଜା କାଜୁ, କିସ୍ମିସ୍ ପକାଇ ଗୋଳାନ୍ତୁ। ଚାଉଳ ସମ୍ପୂର୍ଣ୍ଣ ସିଝିଗଲାପରେ ଗ୍ୟାସ ବନ୍ଦ କରିଦିଅନ୍ତୁ । ଓ ଏହାକୁ ତଳକୁ ଓହ୍ଲାଇଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ଖିରି। ଏହାକୁ ବର୍ତ୍ତମାନ ଏକ ପାତ୍ରକୁ ବାହାର କରି ଥଣ୍ଡା ହେବା ପରେ ସେଥିରେ କଟା କାଜୁ, ପିସ୍ତାବାଦାମ ପକାଇ ଖାଇବାକୁ ଦିଅନ୍ତୁ ।