ବନାନ୍ତୁ ଗୁଡ଼ ଖିରି

(ରିପୋରଟର୍ସ ଟୁଡ଼େ) : ଆଜି ପବିତ୍ର ରାମ ନବମୀ । ସେଥିପାଇଁ ପ୍ରତ୍ୟେକ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳୁଛି । ଉପବାସକୁ ଦୃଷ୍ଟିରେ ରଖି କିଛି ନୁଆ ଖାଇବାକୁ ରୁଚି ରଖିଥିବେ ତେବେ ନିଶ୍ଚୟ ବନାନ୍ତୁ ଗୁଡ଼ ଖିରି ।

ଆବଶ୍ୟକ ସାମଗ୍ରୀ: ଖିରି ଚାଉଳ-୪୦୦ଗ୍ରାମ, ଘିଅ-୧୦୦ଗ୍ରାମ, କାଜୁ-୧୦୦ଗ୍ରାମ, କିସ୍ମିସ୍-ଅଳ୍ପ, କ୍ଷୀର-୨ଲିଟର ଲୁଣ-ସ୍ୱାଦନୁଶାରେ ଗୁଜୁରାତି ଗୁଣ୍ଡ, ଗୁଡ଼-୧୫୦ଗ୍ରାମ ଏବଂ ବାଦାମ ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚାଉଳକୁ ଅଧଘଣ୍ଟା ଯାଏ ପାଣିରେ ବତୁରାଇ ଦିଅନ୍ତୁ। ଏକ ଡିସ୍ରେ ଘିଅ ଗରମ କରି ଏଥିରେ କାଜୁ କିସ୍ମିସ୍କୁ ହାଲକା ଭାଜିଦିଅନ୍ତୁ। ବର୍ତ୍ତମାନ ଅନ୍ୟ ଏକ ପାତ୍ରରେ ଚାଉଳ ଓ କ୍ଷୀରକୁ ଧିମା ଆଞ୍ଚରେ ମିଶିବା ଯାଏ ଭଲ ଭାବେ ସିଝାନ୍ତୁ। ଚାଉଳ ସିଝି ଗଲାପରେ ସେଥିରେ ଗୁଜୁରାତି ଗୁଣ୍ଡ, ଅଳ୍ପ ଲୁଣ, ଭଜା କାଜୁ, କିସ୍ମିସ୍ ପକାଇ କିଛି ସମୟ ଲଗାତାର ଗୋଳାନ୍ତୁ।
ଏବେ ଗୁଡ଼ରେ ଅଳ୍ପ ପାଣି ଦେଇ ଭଲଭାବେ ଫୁଟାଇ ଶିରା ପ୍ରସ୍ତୁତ କରନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଥିବା ଶିରାକୁ ଖିରିରେ ଢାଳି ଭଲଭାବେ ଗୋଳାନ୍ତୁ ଓ କିଛି ସମୟ ଯାଏ ସିଝିବାକୁ ଛାଡ଼ି ଦିଅନ୍ତୁ। ଚାଉଳ ସମ୍ପୂର୍ଣ୍ଣ ସିଝିଗଲାପରେ ଏହାକୁ ତଳକୁ ଓହ୍ଲାଇଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ଗୁଡ଼ ଖିରି। ଏବେ ଏହାକୁ କଟା ବାଦାମରେ ସଜାଇ ଗରମା ଗରମ ପରଷନ୍ତୁ।