ବନାନ୍ତୁ ଗାରଲିକ ଚିକେନ୍

(ରିପୋଟରର୍ସ ଟୁଡ଼େ ):ଚିକେନ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି । ଆପଣ ବିଭିନ୍ନ ପ୍ରକାର ଆଇଟମ୍ ଖାଇଥିବେ । କିନ୍ତୁ ଆଜି ଆମେ ବନାଇବୁ ଗାରଲିକ ଚିକେନ୍ । ରସୁଣ ଖାଇବା ଶରୀର ପକ୍ଷେ ଲାଭଦାୟକ ହୋଇଥାଏ । ତେଣୁ ନିଶ୍ଚୟ ବନାନ୍ତୁ ଏହି ରେସିପି ।

ଆବଶ୍ୟକୀୟ ସାମଗ୍ରୀ: ଚିକେନ୍ -୫୦୦ ଗ୍ରାମ ,ପିଆଜ – ୧୦୦ଗ୍ରାମ ,ରସୁଣ କୋଲା- ଅଳ୍ପ,ତେଲ -୫୦ ମିଲି ,
ଗରମ ମସଲା – ଏକ ଚାମଚ,,ଲଙ୍କାଗୁଣ୍ଡ – ଅଧା ଚାମଚ,ହଳଦୀ ଗୁଣ୍ଡ – ଅଧା ଚାମଚ,ଲୁଣ : ସ୍ୱାଦ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍ରେ ଲୁଣ, ହଳଦୀ ପକାଇ ଭଲ ଭାବେ ଭବେ ମିଶାନ୍ତୁ। ଏହାକୁ କିଛି ସମୟ ରଖିଦିଅନ୍ତୁ । ପରେ ଗ୍ୟାସ ଅନ କରି କଡେଇ ବସାନ୍ତୁ ଓ ସେଥିରେ ତେଲ ପକାନ୍ତୁ। ତେଲ ଗରମ ହେବା ପରେ ସେଥିରେ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ଭାଜି ହେବା ପରେ ସେଥିରେ ଏହା ପରେ ସେଥିରେ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ, ଗରମ ମସଲା ଏବଂ ରସୁଣ କୋଲା ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। କଢେଇଟିକୁ ଘୋଡ଼ାଇ କିଛି ସମୟ ପାଇଁ ଚିକେନ୍କୁ ସିଝିବାକୁ ଛାଡ଼ି ଦିଅନ୍ତୁ। ଚିକେନ୍ ସିଝିବା ପଯ୍ୟନ୍ତ ମଝିରେ ମଝିରେ ଢାଙ୍କୁଣି ବାହାର କରି ଗୋଳାନ୍ତୁ। ଚିକନେ୍ ଭଲଭାବେ ସିଝିଯିବା ପରେ ଗ୍ୟାସ ବନ୍ଦ କରିଦିଅନ୍ତୁ । ପରେ ଏହାକୁ ଏକ ପାତ୍ରକୁ ବାହାର କରି ପରଷନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ଗାରଲିକ ଚିକେନ୍ । ଏହାକୁ ଆପଣ ଭାତ , ରୁଟି କିମ୍ବା ପରଟା ସହ ଖାଇ ପାରିବେ।