ବଦଳିଲା ଝିଅଙ୍କ ବିବାହ ବୟସ ସୀମା

(ଭୁବନେଶ୍ୱର) : ୨୧ ବର୍ଷ ପୂର୍ବରୁ ଝିଅଙ୍କୁ ବିବାହ ମନା । ସମସ୍ତଙ୍କ ପାଇଁ ଲାଗୁ ହେଲା ନିୟମ । ଏ ନେଇ ମୋହର ମାରିଲା କେନ୍ଦ୍ର କ୍ୟାବିନେଟ । ନୀତି ଆୟୋଗଦ୍ବାରା ଗଠିତ ‘ଟାସ୍କ୍ ଫୋର୍ସ’ ମାତୃତ୍ବର ଉଚିତ ବୟସ, ମାତୃ ମୃତ୍ୟୁହାର ହ୍ରାସର ଜରୁରୀ, ପୋଷକତତ୍ତ୍ବ ସ୍ତରରେ ଉନ୍ନତି ଏବଂ ସେଭଳି ସମସ୍ୟାଗୁଡ଼ିକୁ ପରୀକ୍ଷା କରିବା ପରେ କରିଥିବା ସୁପାରିସ ଭିତ୍ତିରେ ଏହି ପ୍ରସ୍ତାବ ଆଧାରିତ। ଉକ୍ତ ‘ଟାସ୍କ୍ ଫୋର୍ସ’ର ମୁଖ୍ୟ ହେଉଛନ୍ତି ଜୟା ଜେଟ୍ଲୀ। ଏଥିରେ ଶିଶୁରୋଗ ବିଶେଷଜ୍ଞ ଭି.କେ. ପଲ୍ଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା।ପ୍ରଥମ ଶିଶୁ ଜନ୍ମ କରିବା ପାଇଁ ଝିଅମାନଙ୍କର ସର୍ବନିମ୍ନ ବୟସ ୨୧ ବର୍ଷ ହେବା ଉଚିତ ବୋଲି ଟାସ୍କ୍ ଫୋର୍ସ କହିଥିବ ।ବେଳେ ଏହାଛଡ଼ା, ବିବାହରେ ବିଳମ୍ବ ହେଲେ, ଆର୍ଥିକ, ପରିବାରର ସାମାଜିକ ଏବଂ ସ୍ବାସ୍ଥ୍ୟ, ମହିଳା, ଶିଶୁ ଏବଂ ସମାଜ ଉପରେ ସୁପ୍ରଭାବ ପଡ଼ିବ ବୋଲି ମଧ୍ୟ ଟାସ୍କ୍ ଫୋର୍ସ ସୂଚନା ଦଚେଇଛନ୍ତି ।