(ବ୍ୟୁରୋ) : ଖୁବଶୀଘ୍ର ବଦଳିପାରେ ଆର୍ମି ୟୁନିଫର୍ମ । ସୈନିକ ମାନଙ୍କୁ ମିଳିପାରେ ନୂଆ ୟୁନିଫର୍ମ । ଋତୁ ଅନୁକୂଳ ଆରାମ ଦାୟକ ହେବା ନେଇ ଏପରି କିଛି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ଭାରତୀୟ ସେନା ଖୁବ୍ ଶୀଘ୍ର ସୈନିକଙ୍କ ଲାଗି ଅତ୍ୟାଧୁନିକ ୟୁନିଫର୍ମ ପ୍ରଦାନ କରିପାରେ।ଆଗାମୀ ୧୫ ଜାନୁୟାରୀ ସେନା ଦିବସ ପ୍ୟାରେଡରେ ଏହି ପୋଷାକକୁ ପ୍ରଦର୍ଶିତ କରାଯାଇପାରେ ବୋଲି ସୂଚନା ମିଳିଛି। ଯାହା ଅନେକ ଦିଗରୁ ଆରାମ ଦାୟକ ହେବା ସହ ମଜଭୁତ ମଧ୍ୟ ହେବ। ଏହାକୁ ସୈନିକ ଉଭୟ ଗ୍ରୀଷ୍ମ ଓ ଶୀତ ଋତୁରେ ପିନ୍ଧିପାରିବେ। ଏ ନେଇ ଆସୁଥିବା ଅଧିକାରୀକ ବୟାନରେ ପୋଷାକ ଏପରି ଡିଜାଇନ କରାଯାଉଛି ଯେପରି ସୈନିକ ନିଜକୁ ଲୁଚାଇବାକୁ ଚାହିଁଲେ ସହଜରେ ଲୁଚାଇ ମଧ୍ୟ ପାରିବେ। ନୂଆ ସେନା ବର୍ଦ୍ଦିର ରଙ୍ଗ ଓଲିଭ ଓ ମାଟି ରଙ୍ଗର ହେବ ବୋଲି ଅନୁମାନ କରାଯାଉଛି। ଭାରତୀୟ ନୌସେନା ୨୦୨୦ ମସିହାରେ ସୈନିକଙ୍କ ଲାଗି ନୂଆ କମୋଫ୍ଲେଜ ପ୍ରଚଳନ କରିଛନ୍ତି। ଏଥିରେ ହାଲୁକା ନିଳ ହାଫ ସାର୍ଟ ଓ ନିଳ ରଙ୍ଗର ପ୍ୟାଣ୍ଟକୁ ବଦଳାଇଥିଲା। ସେହି ଅନୁଯାୟୀ ସ୍ଥଳ ସେନାମାନଙ୍କ ପାଇଁ କମୋଫ୍ଲେଜର ପାଳି।