(ରିପୋଟର୍ସ ଟୁଡେ) ; ରାଜ୍ୟରେ ବର୍ଦ୍ଧିତ ଦର ରାଜ୍ୟବାସୀଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତୈଳ ଦର ଲଗାତାର ବୃଦ୍ଧି ପାଇବାରେ ଲାଗିଛି । ଏହାରି ଭିତରେ ବଢିଲା ବସ ଭଡା । ଏନେଇ ରାଜ୍ୟ ଘରୋଇ ବସ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଅଟୋମେକାନିଜମ୍ ବ୍ୟବସ୍ଥା ମାଧ୍ୟମରେ ଏହି ଭଡା ବୃଦ୍ଧି କରାଯାଇଛି ।
ବର୍ଦ୍ଧିତ ବସ ଭଡା ଅନୁଯାୟୀ , ସାଧାରଣ ବସ୍ ଭଡା ୮୯ ପଇସାରୁ ୯୨ ପଇସାକୁ ବୃଦ୍ଧି କରାଯାଇି । ଏକ୍ସପ୍ରେସ ଭଡା ୯୩ ପଇସାରୁ ୯୬ ପଇସାକୁ ବୃଦ୍ଧି ପାଇଥିବା ବେଳେ ଡିଲକ୍ସ ଭଡା ୧.୨୯ ପଇସାରୁ ୧.୩୫ ପଇସାକୁ ବୃଦ୍ଧି ପାଇଛି । ଏସି ଡିଲକ୍ସ ଭଡା ୧.୫୭ ପଇସାରୁ ୧.୬୩କୁ ବୃଦ୍ଧି ପାଇଥିବା ବେଳେ ସୁପର ପ୍ରିମିୟମ୍ ଭଡା ୨.୪୪ ପଇସାରୁ ୨.୫୩ ପଇସାକୁ ବୃଦ୍ଧି ପାଇଛି । ତେବେ ଗତ କିଛି ଦିନ ହେବ ଡିଜେଲ୍ ଦର ବୃଦ୍ଧି ଯୋଗୁ ବସ ଭଡା ବୃଦ୍ଧି ପାଇଛି । ଏବେ ବର୍ଦ୍ଧିତ ବସ ଭଡା ସାଧାରଣଲୋକଙ୍କ ଉପରେ ପ୍ରଭାବ ପକାଇବ ।