(ରିିପୋର୍ଟସ ଟୁଡ଼େ /ଭୁବନେଶ୍ୱର ) : ପୁଣି ପାଣିପାଗରେ ଆସିଲା ପରିବର୍ତନ । ଆଜି ଠାରୁ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ହେବ । । ଅଧିକାଂଶ ସ୍ଥାନରେ ପାରଦ ୩୮ ଡିଗ୍ରି ଛୁଇଁବ। ଦକ୍ଷିଣ, ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ପାରଦ ୪୦ଡିଗ୍ରି ଛୁଇଁପାରେ। ଦକ୍ଷିଣ ପଶ୍ଚିମ ଦିଗରୁ ତତଲା ପବନ ବି ବହିବ। ଆସନ୍ତା ୫ଦିନ ପର୍ୟ୍ୟ ନ୍ତ ଏହିଭଳି ସ୍ଥିତି ଜାରି ରହିବ। ଏହିଭଳି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ହୋଇଯାଇଥିବାବେଳେ ଆଗକୁ ଅସହ୍ୟ ହେବାକୁ ଯାଉଛି । ମାଲକାନଗିରିରେ ଗତ କିଛି ଦିନ ହେବ ପାରଦ ୪୦ଡିଗ୍ରି ଛୁଉଁଥିବାବେଳେ ରାଜ୍ୟର ବାକି ସ୍ଥାନରେ ପାରଦ ଆହୁରି ୨ରୁ ୩ଡିଗ୍ରି ବଢ଼ିପାରେ। ଏଭଳି ସ୍ଥିତି ଦେଖି ରାଜ୍ୟ ସରକାର ଖରାର ମୁକାବିଲା ପାଇଁ ବିଭିନ୍ନ ବିଭାଗକୁ ଗାଇଡଲାଇନ୍ ଜାରି କରିଛନ୍ତି। ଖରା ମୁକାବିଲା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏପ୍ରିଲ୍ ୨ରୁ ସକାଳୁଆ ସ୍କୁଲ କରିବାକୁ ଘୋଷଣା କରିଛି। ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ରାଜ୍ୟର ସର୍ବାଧିକ ତାପମାତ୍ରା ମାଲକାନଗିରିରେ ରେକର୍ଡ ହୋଇଛି। ସେଠାରେ ପାରଦ ୪୦ ଡିଗ୍ରି ଛୁଇଁଛି। ଏହାସହ ଅଧିକାଂଶ ସ୍ଥାନରେ ପାରଦ ୩୫ଡିଗ୍ରି ଉପରେ ରହିଥିବାବେଳେ ଆସନ୍ତା ସପ୍ତାହକ ମଧ୍ୟରେ ପାରଦ ଦୁଇରୁ ତିନି ଡିଗ୍ରି ବଢ଼ିପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।