ଗତକାଲି ସ୍ୱାୟତ ଶାସନ ଦିବସରେ, ନୂଆ କରି ରାଜ୍ୟରେ ୭ଟି ମ୍ୟୁନିସପାଲିଟି ଏବଂ ୧୬ଟି ଏନ୍.ଏ.ସି ଘୋଷଣା କରାଯାଇଛି । ଯେଉଁ ୧୬ଟି ଏନ୍.ଏ.ସିର ଲିଷ୍ଟରେ ସାମିଲ ରହିଛି, ଅନେକ ଦିନରୁ ଦାବିହୋଇ ଆସୁଥିବା ଚଣ୍ଡିଖୋଲ । ହେଲେ ଗତକାଲି ଯେତେବେଳେ ଏହି ଦାବିରେ ସରକାରଙ୍କ ମୋହର ବାଜିଛି, ଅର୍ଥାତ୍ ଯାଜପୁର ଜିଲ୍ଲାର ଚଣ୍ଡିଖୋଲକୁ ଏନ୍.ଏ.ସିର ମାନ୍ୟତା ମିଳିଛ । ଏବେ ନେତାଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି କ୍ରେଡିତ୍ ନେବାର ପ୍ରତିଯୋଗୀତା । କର୍ମୀମାନେ ମଧ୍ୟ ନିଜ ନିଜର ନେତାଙ୍କୁ ଶ୍ରେୟ ଦେବାକୁ, ପାରୁ ପର୍ୟ୍ୟନ୍ତ ଚେଷ୍ଟା ଜାରି ରଖିଛନ୍ତି । ରାଜ ରାସ୍ତାରୁ ଆରମ୍ଭ କରି, ସୋସିଆଲ ମିଡିଆ ପର୍ଯ୍ୟନ୍ତ । ସବୁଠି ଏବେ ବଡଚଣାର ରାଜନୀତି ସରଗରମ୍ ।
କାଲିର ଏହି ଘୋଷଣା ପରେ, ବିଜେପିର କର୍ମୀମାନେ ଏହାର ଶ୍ରେୟ ବିଧାୟକ ଅମର ନାୟକଙ୍କୁ ଦେଇଥିଲେ । କାରଣ ତାଙ୍କ ମତରେ, ଏନ୍.ଏ.ସି ପାଇଁ ଚଣ୍ଡିଖୋଲ ପାଖରେ ସମସ୍ତ ମାପଦଣ୍ଢ ଥାଇ ମଧ୍ୟ, ଅନେକ ବର୍ଷ ହେବ ଏହା ଅବହେଳିତ ହୋଇ ଆସିଥିଲା । ଯେୁଉଁ କାରଣରୁ ସେ ଏନ୍.ଏ.ସିର ମନ୍ୟତା ପାଇ ପାରୁନଥିଲା । ହେଲେ ଏବେ ବିଧାୟକ ଅମର ନାୟକଙ୍କ ଉଦ୍ୟମ ଫଳରେ ଏହା ସମ୍ଭବ ହୋଇ ପାରିଛି । ଏବଂ ଚଣ୍ଡିଖୋଲକୁ ଏନ୍.ଏ.ସିର ମନ୍ୟତା ମିଳିଛି । ଏହା ସହ ବିଧାୟକ ନିଜେ ମଧ୍ୟ, ଘୋଷଣା ହେବାର ଅଳ୍ପ ସମୟ ପରେ ତାଙ୍କ ସୋସିଆଲ ମିଡିଆରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସହ ଏକ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ଲେଖିଥିଲେ, ଚଣ୍ଡିଖୋଲକୁ ଏନ୍.ଏ.ସିର ମାନ୍ୟତା ପାଇଁ ଗତ ବର୍ଷ ଜୁଲାଇ ୨୩, ନଭେମ୍ବର ୨୬ ଓ ଚଳିତ ବର୍ଷ ମାର୍ଚ୍ଚ ୨୫ ତାରିଖରେ ମୁଁ ବିଧାନ ସଭାରେ ପ୍ରଶ୍ନ କରିଥିଲି । ଯାହାପରେ ଆପଣ ମୋତେ ଲିଖିତ ଉତ୍ତର ଦେଇଥିଲେ । ଆଉ ଏବେ ଦେଇଥିବା ପ୍ରତିଶ୍ୃତି ପୂରଣ କରିଥିବାରୁ ଧନ୍ୟବାଦ ।
ଅନ୍ୟପଟେ ବିଜେଡି ଦାବି କରୁଛି, ଯେ ୩୬ ବର୍ଷର ଦାବି ଆଜି ସଫଳ ହୋଇଛି । ଏହାସହ ବଡଚଣାର ପୂର୍ୱତନ ବିଧାୟକ ସୀତୀକୀନ୍ତ ମହାପାତ୍ରଙ୍କ ଦ୍ୱାରା, ୩୬ ବର୍ଷ ତଳର ଏକ ଚିଠିକୁ ଭାଇରାଲ୍ କରାଯାଉଛି । ଯେଉଁଥିରେ ସେ ଚଣ୍ଡିଖୋଲକୁ ଏନ୍.ଏ.ସି ଘୋଷଣା କରିବାକୁ, ତକ୍ରାଳୀନ ନଗର ଉନ୍ନୟନ ବିଭାଗ ମନ୍ତ୍ରୀକୁ ଚିଠି ଲେଖିଥିଲେ । ଏହାସହ ବିଜେଡି ଦାବି କରିଛି ଯେ, ଆଗରୁ ଘୋଷିତ ହୋଇତିବା ୧୨ଟି ଏନ୍.ଏ.ସି ମଧ୍ୟରେ, ଚଣ୍ଡିଖୋଲକୁ ବାଦ୍ ଦିଆ ଯାଇଥିଲା ଯେଉଁଠି ପାଇଁ ବିଜେଡି ଆନେ୍ଦାଳନ କରିଥିଲା । ଫଳରେ ବାଧ୍ୟ ହୋଇ ରାଜ୍ୟ ସରକାର ଚଣ୍ଡିଖୋଲକୁ ଏନ୍.ଏ.ସି ଘୋଷଣା କରିଛନ୍ତି । ତେଣୁ ଏହା ବଡଚଣା ବିଜେଡି ପାଇଁ ବିଜୟ ଦିବସ । ଯେଉଁଠି ପାଇଁ ବିଜେଡ ନେତା ରାଜ ନାରୟଣ ମହାପାତ୍ରଙ୍କ ନେତୃତ୍ୱରେ ଦଳୀୟ ଅଫିସ ଠାରୁ ବାହାରି ଚଣ୍ଡିଖୋଲ ବୁଦ୍ଧ ମୂର୍ତ୍ତି ପର୍ୟ୍ୟନ୍ତ ଏକ ବିଶାଳ ରାଲି କରା ଯାଇଥିଲା ।