ଭୁବନ: ଭୁବନ ଥାନା ଅଧିନ ଏକତାଳି ପଞ୍ଚାୟତ ଚନ୍ଦାର ଗ୍ରାମର ଯୁବକ ବାସୁଦେବ ସାହୁ (32) ମୃଦଙ୍ଗା ପଞ୍ଚାୟତ ସ୍ଥିତ ମହୁଲପାଳ ହାଟ ନୀକଟରେ ଥିବା ବିଲକୁ ଧାନ ତଳି ପକାଇବାକୁ ଯାଇଥିଲେ । ରାସ୍ତାକଡ ବିଲରେ କାର୍ଯ୍ୟ କରୁଥିବା ସମୟରେ ଦିନ ଗୋଟାଏ ସମୟରେ ହୋଇଥିବା ବଜ୍ରପାତ ହେତୁ ଆହାତ ଅବସ୍ଥାରେ ସେ ବିଲରେ ପଡି ରହିଥିଲେ ବୋଲି ସ୍ଥାନୀୟ ଲୋକେ ଜଣାଇଛନ୍ତି । ସ୍ଥାନୀୟ କିଛି ଲୋକମାନଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇଥିଲା ଏବଂ ତାଙ୍କ ପରିବାରକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ପରିବାର ଲୋକେ ପହଞ୍ଚି ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଭୁବନ ମେଡିକାଲକୁ ସ୍ଥାନାନ୍ତର କରିବାକୁ ପ୍ରୟାସ କରିବାକୁ ଚେଷ୍ଟା କରିଥିଲେ ତେବେ ଭୁବନ ତଥା ଆଖପାଖରେ ୧୦୮ ଆମ୍ବୁଲାନ୍ସ ମିଳି ନଥିଲା । ବହୁ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଅପେକ୍ଷା ପରେ ବାଇକ ଯୋଗେ ଭୁବନ ମେଡିକାଲକୁ ତାଙ୍କୁ ନେଇ ଆସିଥିଲେ । ଭୁବନ ଡାକ୍ତରଖାନା ଠାରେ ଡାକ୍ତର ଆନନ୍ଦିତା ପରିଡା ପ୍ରାଥମିକ ଚିକିତ୍ସା ପରେ ମୃତ ଘୋଷଣା କରିଥିଲେ ।