ଫେସବୁକ ରେ ପ୍ରେମ, ଆଉ ତାପରେ …

(ସୌମ୍ୟ ରଂଜନ ସେଠୀ) ଫେସବୁକରେ ପ୍ରେମ କରି କିଏ ସଫଳ ହୋଇଥାନ୍ତି ତ ଆଉ କିଏ ହାରି ଥାନ୍ତି । କିନ୍ତୁ ମଧ୍ୟପ୍ରଦେଶ ଇନ୍ଦୋରରେ ଫେସବୁକ୍ ପ୍ରେମ ନେଇଗଲା ଜଣେ ଯୁବତୀଙ୍କ ଜୀବନ । ବିବାହ କରିବାକୁ ମନା କରିବାରୁ ପ୍ରେମିକ ଜଣକ ଏକ ଧାରୁଆ ଛୁରିରେ ୩୮ ଥର ଆଘାତ କରିଥିଲା ଯୁବତୀଙ୍କୁ, ଫଳରେ ତାଙ୍କର ମୁତ୍ୟୁ ଘଟିଛି ।
ଖବର ଅନୁସାରେ, ଏମଆଇଜି ଥାନା ଅନ୍ତର୍ଗତ ସୁପ୍ରିୟା ନାମ୍ନୀ ଯୁବତୀ ଫେସବୁକରେ କମଲେଶଙ୍କ ସହ କଥା ହୋଇଥିଲେ । କିଛି ଦିନ ଚାଟିଙ୍ଗ ପରେ ଉଭୟ ପ୍ରେମ କରି ବସିଥିଲେ ଓ କମଲେଶ ସୁପ୍ରିୟାକୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ବିବାହ ପାଇଁ ମନା କରି ଦେଇ ଅନ୍ୟ ପୁରୁଷଙ୍କ ସହ କଥା ହେବାରେ ଲାଗିଲେ ସୁପ୍ରିୟା, ଯାହାକୁ ସହ୍ୟ ନକରି କ୍ରୋଧରେ ଆସି ସୁପ୍ରିୟାଙ୍କୁ ଆଘାତ କରିଥିଲେ କମଲେଶ । ଗୁରୁତର ସୁପ୍ରିୟାଙ୍କୁ ମେଡିକାଲ ନିଆଯାଇଥିଲେ ବି ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣା ପରେ କମଲେଶକୁ ଗିରଫ କରିବା ସହିତ ଛାନଭିନ୍ ଆରମ୍ଭ କରିଛି ପୋଲିସ ।