(ସରୋଜ କୁମାର ପରିଡା): ତେଲେଙ୍ଗାନା ରାଜ୍ୟର ଡଃ. ପ୍ରିୟଙ୍କା ରେଡ୍ଡୀ ଗଣଦୁର୍ଷ୍କମ ଏବଂ ଜଘନ୍ୟ ହତ୍ୟା ଘଟଣାର ପ୍ରତିବାଦ ଏବଂ ପ୍ରିୟଙ୍କାଙ୍କ ପରିବାରକୁ ନ୍ୟାୟ ଦେବା ଦାବିରେ ଭୁବନେଶ୍ୱର ସମୂହ ତରଫରୁ ମହାତ୍ମା ଗାନ୍ଧୀ ମାର୍ଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଘଟଣାକୁ କଠୋରଭାବେ ନିନ୍ଦା କରି କୁହାଯାଇଛି ଯେ, ଏହି ବର୍ବର ଏବଂ ପାଶବିକ କାଣ୍ଡ ପାଇଁ ତେଲେଙ୍ଗାନା ସରକାର ନୈତିକ ଦାୟିତ୍ୱ ଗ୍ରହଣ କରୁ, ଅପରାଧୀମାନଙ୍କୁ ଦୁଷ୍ଟାନ୍ତମୂଳକ ଶାସ୍ତି ପ୍ରଦାନ କରୁ ଏବଂ ଏହିଭଳୀ ବିଭତ୍ସ ଘଟଣା ନ ହେବା ପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରମାନେ ମହିଳାମାନଙ୍କ ନିରାପତ୍ତା ପାଇଁ ସ୍ୱତନ୍ତ୍ରଭାବେ ଯୋଜନା ଗ୍ରହଣ କରନ୍ତୁ ।
ଭୁବନେଶ୍ୱର ସମୁହ ତରଫରୁ ଏହି ବିକ୍ଷୋଭରେ ସାମାଜିକର୍ମି, ରାଜନୈତୀକ କର୍ମୀ, ମହିଳା ସଂଗଠନ ଏବଂ ସ୍ତମ୍ବକାରମାନେ ଯୋଗଦେଇଥିଲେ । ସର୍ବଶ୍ରୀ ଦେବ ପ୍ରସାଦ ରାୟ ମହାପାତ୍ର, ସୁଦର୍ଶନ ଦାସ, ସୁଜାତା ସାହାଣୀ, ଅରୁଣ ଦିହୁଡି, ପ୍ରଦୀପ୍ତ ନାୟକ, ଶାନ୍ତୀ ମୁର୍ମୁ, ପ୍ରଭାତ ପାଣୀଗ୍ରାହୀ, ରାମଚନ୍ଦ୍ର ପାଣୀଗ୍ରାହୀ, ରାମଚନ୍ଦ୍ର ତ୍ରିପାଠୀ, ସାଲ ମାର୍ଣ୍ଡି, ଜୟଦେବ ନାୟକଙ୍କ ସହ ବହୁ କର୍ମୀ ଉପସ୍ଥି୍ତ ରହି ବିକ୍ଷୋଭରେ ଅଂଶଗ୍ରହଣ କରି ବକ୍ତବ୍ର ପ୍ରଦାନ କରିଥିଲେ । ଭୁବନେଶ୍ୱର ସମୁହର ଆବାହକ ସୁରେଶ ପାଣୀଗ୍ରାହୀ ବିକ୍ଷୋଭକୁ ପରିଚାଳନା କରିଥିଲେ ।