ପ୍ରଶାସନର ଭାଙ୍ଗିଲା ନିଦ

(କଳାହାଣ୍ଡି) : କିଛିଦିନ ପୂର୍ବେ ଜଣେ ୩୦ ବର୍ଷୀୟା ଯୁବକ ଇଛାମୃତ୍ୟୁ ପାଇଁ କରିଥିଲେ ଆବେଦନ । ଆଉ ଏବେ ପ୍ରଶାସନର ଭାଙ୍ଗିଲା ନିଦ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ବିଶାଖାପାଟଣା ମେଡିକେୟାର ହସ୍ପିଟାଲକୁ ସ୍ଥାନାନ୍ତର ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି ।
ଖବର ଅବୁଯାୟୀ ଭବାନୀପାଟଣା ବ୍ଲକ ମାଡ଼ିଗୁଡା ପଞ୍ଚାୟତ ଚିକିଲି ଗାଁର ଅନୀଲ କପୁର ଶିଖା ଦୀର୍ଘ ବର୍ଷ ଧରି ଗୋଟିଏ ଜାଗାରେ ପଡିରହି କଷ୍ଟ ପାଉଥିଲେ । ଦିନକୁ ଦିନ ଅସହ୍ୟ ହେଉଥିଲା ୍ନ୍ତ୍ରଣା । ଯେଉଁଥିପାଇଁ ସେ ଇଛାମୃତ୍ୟୁ ପାଇଁ ଆବେଦନ କରିଥିଲେ । ଚିକିତ୍ସା ପାଇଁ ଅର୍ଥ ସାଜିଥିଲା ବାଧକ । ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଥିଲେ ଅନୀଲ ।ଆଉ ଏହି ଘଟଣା ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଏବେ ନିଦ ଭାଙ୍ଗିଲା ପ୍ରଇଶାନର । ଆଉ ତୁରନ୍ତ ଅନୀଲଙ୍କ ଚିକିତ୍ସା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଖୁବଶୀଘ୍ର ତାଙ୍କୁ ଉନ୍ନତମାନର ଚିକିତ୍ସା ମିଳିବ ଏବଂ ରାଜ୍ୟ ସରକାର ଯୋଗାଇ ଦେଉଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ତାଙ୍କୁ ସହାୟତା ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।ଏବଂ ଖୁବଶୀଘ୍ର ତାଙ୍କୁ ଉନ୍ନତମାନର ଚିକିତ୍ସା ମିଳିବ ଏବଂ ରାଜ୍ୟ ସରକାର ଯୋଗାଇ ଦେଉଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ତାଙ୍କୁ ସହାୟତା ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।