ପ୍ରଧାନମନ୍ତୀ ସଡକ ଯୋଜନାରେ କୋଟିକୋଟି ଟଙ୍କା ଘୋଟାଲା

(ବନବାସୀ ପ୍ରଧାନ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଳକର କୁମ୍ଭାରମୁଣ୍ଡା ଠାରୁ ସୁଜାମାଜୁ ପଯ୍ୟନ୍ତ ଯାଇଥିବା ପ୍ରଧାନମନ୍ତୀ ସଡକ ଯୋଜନାରେ ନିମ୍ନମାନର କାମ କରାଯାଇ କୋଟିକୋଟି ଟଙ୍କା ଘୋଟାଲା ହୋଇଥିବା ଅଭିଯୋଗ କରିଛନ୍ତୀ ଗ୍ରାମବାସୀ । ରାଜ୍ୟ ସରକାର ଏକ ପ୍ରାଇଭେଟ କମ୍ପାନୀ ଏନ୍ ବିସିସି ଇଣ୍ଡିଆ ଲିମିଟେଡ ଓଡିଶାକୁ ଏହି ପ୍ରଧାନମନ୍ତୀ ସଡକଯୋଜନା ହସ୍ତାନ୍ତର କରିଛନ୍ତୀ । ଏହି ସଂସ୍ଥା ଦ୍ୱାରା କୁମ୍ଭାରମୁଣ୍ଡା ଠାରୁ ସୁଜାମାଜୁ ରାସ୍ତା ଠିକାଦାର ଏମ୍ଏସ ସୁନିଲ କାଯ୍ୟ ଭାର ଦିଆଯାଇଛି କିନ୍ତୁ ନିମ୍ନମାନର କାମକୁ ନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଠିକାଦାର କଣ୍ଣପାତ ନକରି ନିଜର ମନମୁଖୀ କାମ ଚଲାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତୀ ।ଯେଉଁ ରାସ୍ତା ନିର୍ମାଣ କରାଯାଇଛିଗାଡି,ସାଇକେଲ ଯାତାୟତ କଲେ ରାସ୍ତା ଧସିବା ସହିତ ଗୁଡିବାହାରି ଖୋଳି ହୋଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତୀ । ଏବିଷୟରେ ଏନ୍ ବିସିସିର ପ୍ରୋଜେକ୍ଟ ଅଫିସର ଏମ୍କେ ଅଗ୍ରବାଲ କହିଛନ୍ତି ମୁଁ ନିଜେ ଏହାର ତଦାରଖ କରିବି ଯଦି ଏଥିରେ ଠିକାଦାର ନିମ୍ନମାନର କାମ କରିଥିବେ ତାହାହେଲେ ତାଙ୍କ ଉପରେ କଠୋର କାଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ବିଲ୍ କୁ ବନ୍ଦ କରାଯିବ ବୋଲି ପ୍ରକାଶ କରିଛନ୍ତୀ ।ଏହି ନିମ୍ନମାନର କାଯ୍ୟ ଉପରେ ଜିଲ୍ଳା ପ୍ରଶାସନ ଓ ବିଭାଗୀୟ ଅଧିକାରି ଦୃଷ୍ଟିଦେଇ ସଠିକ୍ ତଦନ୍ତ କରି ଉକ୍ତ ସଂସ୍ଥା ଉପରେ କଠୋର କାଯ୍ୟାନୁଷ୍ଠାନ ସହିତ ଚଞ୍ଚକତା କରିବାକୁ ବସିଥିବା ଠିକାଦାରର ଲାଇସେନ୍ସ ବାତିଲ୍ କରିବାକୁ ଗ୍ରାମବାସୀ ପ୍ରଶାସନ ପାଖରେ ଦାବୀକରିଛନ୍ତୀ ।