ପ୍ରଥମ ୪ ମାସ ପାଇଁ ୫୬,୯୨୧ କୋଟି ଟଙ୍କାର ବ୍ୟୟ ବରାଦ

(ଆଦର୍ଶ ରାଉତ / ରିପୋର୍ଟସ ଟୁଡ଼େ): ଆଜି ବିଧାନସଭରରେ କାମଚଳା ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ୪ ମାସ ପାଇଁ ୫୬,୯୨୧ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଜାତୀୟ ଅଭିବୃଦ୍ଧି ହାର ୭.୧ ପ୍ରତିଶତ ଥିବାବେଳେ ଓଡ଼ିଶାର ଅଭିବୃଦ୍ଧି ହାର ୮ ପ୍ରତିଶତ ରହିଛି । ଗତ ୧୦ ବର୍ଷରେ ରାଜ୍ୟର ପରାୟ ୮୦ ଲକ୍ଷ ଲୋକ ଦାରିଦ୍ର୍ୟ ସୀମାରୁ ଉପରକୁ ଉଠିଛନ୍ତି ବୋଲି ସେ କହିଛନ୍ତି ।
ପିଠା ଯୋଜନା ପାଇଁ ବଜେଟରେ ୪୦୦ କୋଟିର ବ୍ୟୟ ବରାଦ କରାଯାଇଥିବାବେଳେ ଟଙ୍କିକିଆ ଚାଉଳ ଯୋଜନା ପାଇଁ ସରକାର ୧୦୨୮ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି । ସେହିପରି କାଳିଆ ଯୋଜନା ପାଇଁ ୪୪୬୧ କୋଟି ଟଙ୍କା, ପିଠା ଯୋଜନା ପାଇଁ ୪୦୦ କୋଟି, କୃଷି ଋଣ ସୁଧ ରିହାତି ପାଇଁ ୮୦୦ କୋଟି, ବସୁଧା ଯୋଜନା ପାଇଁ ୨୯୩୫ କୋଟି ଟଙ୍କା, ମଧୁବାବୁ ପେନସନ ଯୋଜନା ପାଇଁ ୨୧୨୦ କୋଟି ଓ ବିଜୁ ସ୍ବାସ୍ଥ୍ୟସେବା ଯୋଜନା ପାଇଁ ୮୬୪ କୋଟି ଟଙ୍କାର , ଆଦର୍ଶ ବିଦ୍ୟାଳୟ ପାଇଁ ୩୦୦ କୋଟି, ମିଶନ ଶକ୍ତି ପାଇଁ ୩୦୧,ମମତା ଯୋଜନା ପାଇଁ ୩୦୫ କୋଟି, ସଡ଼କ ଉନ୍ନୟନ ପାଇଁ ୧୩୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।