(ମୃତ୍ୟୁଞ୍ଜୟ ଭୋଇ/ ରିପୋଟରର୍ସ ଟୁଡ଼େ ) : ଶୁକ୍ରବାର ନୟାଗଡରୁ କୋର୍ଟ କାମ ସାରି ବାଇକ୍ରେ ଫେରୁଥିଲେ ପୋଲିସ ଏସ୍ଆଇ ରମେଶ କୁମାର ବେହେରା । ନନ୍ଦିଘୋର ନିକଟ ବରମୁଣ୍ଡା ଛକରେ ଶୁଭ୍ରଜିତ ପଛରୁ ବୁଲେଟରେ ଆସି ଉଦ୍ଦେଶ୍ୟମୂଳକ ଭାବେ ରମେଶଙ୍କୁ ପଛରୁ ହାତରେ ଧକ୍କା ମାରିଥିଲେ । ଫଳରେ ରମେଶ ବାଇକ୍ରୁ ଛିଟିକିପଡି ଅଳ୍ପକେ ବର୍ତ୍ତି ଯାଇଥିଲେ । ସେ ତଳେ ପଡିଥିବାବେଳେ ଶୁଭ୍ରଜିତ ସେଠାରୁ ନମ୍ବରବିହୀନ ବୁଲେଟରେ ଚାଲିଯାଇଥିଲେ । ଥାନା ପୋଲିସ ଏ ନେଇ ସୂଚନା ପାଇବା ପରେ ଆହତ ପୋଲିସ ଅଧିକାରୀଙ୍କୁ ଉଦ୍ଧାର କରିବା ସହିତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ରମେଶ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଶୁଭ୍ରଜିତଙ୍କ ବିରୋଧରେ ୫୪/୧୯ରେ ଏକ ମାମଲା ରୁଜୁ କରିବା ସହିତ ସେ ବ୍ୟବହାର କରିଥିବା ବୁଲେଟ ଜବତ କରିଥିବା ଜଣାଯାଇଛି।