ପୋଡି ହୋଇଯାଇଥିବା ବାଳକର ଜୀବନ ବଞ୍ଚାଲେ ସମ୍ ଡାକ୍ତର

(ଭୁବନେଶ୍ୱର) : ପୋଡି ହୋଇଯାଇଥିବା ୭ବର୍ଷର ବାଳକର ଜୀବନ ବଞ୍ଚାଇଲେ ସମ୍ ଡାକ୍ତର । ମାସତଳେ ବାଣ ଫୁଟାଇବା ବେଳେ ନିଆଁରେ ଏକ ତୃତିୟାଂଶ ପୋଡି ହୋଇଯାଇଥିଲା ୭ ବର୍ଷର ପିଲାଟି । ତେବେ ତାକୁ ସଙ୍ଗେ ସଙ୍ଗେ ତାକୁ ମଧ୍ୟ ରାତ୍ରିରେ ସମ୍ ହସ୍ପଟିଲାକୁ ଅଣାଯାଇଥିଲା । ଡାକ୍ତର ତାର ପ୍ରଥମେ ଶରୀରରେ ଥିବା କ୍ଷତଗୁଡିକର ପରୀକ୍ଷା ନିରୀକ୍ଷା କରିଥିଲେ । ବାଳକଟିର ଚିକିତ୍ସା ଓ ସର୍ଜରୀ ନିମନ୍ତେ ଶିଶୁରୋଗ, ସାଧାରଣ ଶଲ୍ୟ, ଶିଶୁ ଶଲ୍ୟ, ପ୍ଲାଷ୍ଟିକ ସର୍ଜରୀ, ଓପ୍ଥାଲମୋଲୋଜି ଏବଂ ରେଡିଓଲୋଜି ବିଭାଗର ଡାକ୍ତରମାନଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା । ଗୁରୁତର ଭାବେ ପୋଡି ହୋଇଯାଇଥିବା ବାଳକଟିର ଅବସ୍ଥା ଖୁବ୍ ସଙ୍କଟାପନ୍ନ ଥିଲା । ତା’ ପେଟର କ୍ଷତ ଗଭୀର ହୋଇଥିବାରୁ ତୁରନ୍ତ ସର୍ଜରୀ ପାଇଁ ନିଷ୍ପତ୍ତି ନିଆଯାଇଥିଲା ।
ସର୍ଜରୀ ପରେ ବାଳକଟିକୁ ଆଇସିୟୁରେ ରଖାଯିବା ସହ ଦୀର୍ଘ ଏକ ମାସ ଧରି ତା’ର ସ୍ବାସ୍ଥ୍ୟାବସ୍ଥା ନିରୀକ୍ଷଣ କରାଯାଇଥିଲା । ସୁସ୍ଥ ହେବା ପରେ ସେ ଚାଲିବା ଓ ବସିବାକୁ ସକ୍ଷମ ହୋଇପାରିଥିଲା । “ଆମେ ଖୁବ୍ ଖୁସୀ ଯେ ଆମ ଚେଷ୍ଟା ଫଳରେ ଶିଶୁ ଏବଂ ତା’ର ଅଭିଭାବକଙ୍କ ମୁହଁରେ ପୁଣି ଥରେ ହସ ଫେରିଆସିଛି” ବୋଲି ପେଡିଆଟ୍ରିକ୍ ସର୍ଜରୀ ବିଭାଗର ପ୍ରଫେସର (ଡଃ) ଅନ୍ତର୍ୟ୍ୟାମୀ ପ୍ରଧାନ କହିଛନ୍ତି ।