ପୋଖରୀ ଭିତରେ ପଶିଲା କାର ! ଜଣେ ମୃତ

(ଢେଙ୍କାନାଳ) ; ଭାରସ୍ୟାମ ହରାଇ ପୋଖରୀ ଭିତରକୁ କରି ପସି ଜଣେ ମୃତ । ମୃତକ ଜଣକ ହେଲେ ଯାଜପୁର କୁଆଖିଆ ଥାନା ଅନ୍ତର୍ଗତ ମୁଗୁପାଳ ଗ୍ରାମର ତ୍ରିଲୋଚନ ସାହୁଙ୍କ ପୁଅ ଗଦାଧର ସାହୁ(୩୮) ।ସୂଚନା ଅନୁଯାୟୀ ଗଦାଧର ହରିପୁରରୁ ଇଣ୍ଡିଗୋ କାର୍ ଯୋଗେ ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ମୁଗୁପାଳ ପଂଚାୟତ ୧୭ ନମ୍ବର ୱାର୍ଡ ଗଣାବାଗଠାରେ ଗାଡିଟି ଏକ ପୋଖରୀକୁ ପଶିଯାଇଥିଲା । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।